You are currently viewing ୨୦ ତାରିଖ ଯାଏ ତାତିରୁ  ତ୍ରାହି ନାହିଁ

୨୦ ତାରିଖ ଯାଏ ତାତିରୁ ତ୍ରାହି ନାହିଁ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ)୧୭/୦୫, ରାଜ୍ୟରେ ତାତିରୁ ନାହିଁ ନିସ୍ତାର। ପ୍ରବଳ ଗୁଳୁଗୁଳି ସାଙ୍ଗକୁ ଜାରି ରହିଛି ଗ୍ରୀଷ୍ମପ୍ରବାହ। ୨୦ ତାରିଖ ଯାଏ ତାତିରୁ ମିଳିବନି ତ୍ରାହି। ପଶ୍ଚିମ ଓଡ଼ିଶାରେ ଉପରେ ତାତି, ତଳେ ତାତି। ଉପକୂଳରେ ବି ନିସ୍ତାର ନାହିଁ। ଖରା ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହୋଇପଡୁଛି ଜନଜୀବନ। ଗତକାଲି ୧୮ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରେକର୍ଡ କରାଯାଇଥିଲା। ୪ ସହରରେ ୪୪ ଡିଗ୍ରୀ ଉପରେ ଥିଲା ପାରଦ। ପ୍ରବଳ ଗରମ ପାଇଁ ଝାରସୁଗୁଡ଼ା, ସମ୍ବଲପୁର, ସୋନପୁର, ବୌଦ୍ଧ ଓ ବଲାଙ୍ଗୀର ପାଇଁ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଦେଇଛି ୟେଲୋ ୱାର୍ଣ୍ଣିଂ । ଏପଟେ ରାଜ୍ୟ ଉପରେ ଉତ୍ତର ବିହାରରୁ ମଧ୍ୟ ଛତିଶଗଡ଼ ପର୍ଯ୍ୟନ୍ତ ଏକ ଟ୍ରପ ଲାଇନ ରହିଛି। ଏହାର ପ୍ରଭାବରେ ଉତ୍ତର ଓଡଶା ସମେତ ଦକ୍ଷିଣ ଓଡିଶାରେ ବିଜୁଳି ଘଡଘଡି ଜନିତ ବର୍ଷା ହେବ ବୋଲି ଆକଳନ କରିଛି ପାଣିପାଗ ବିଭାଗ। ୧୮ ଏବଂ ୧୯ ତାରିଖ ପାଇଁ ଝଡ଼ ପବନ ନେଇ ଦିଆଯାଇଛି ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ବାୟୁମଣ୍ଡଳରେ ଆଦ୍ରତା ଅଧିକ ରହିଥିବା କାରଣରୁ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି।

ଅନ୍ୟମାନଙ୍କୁ ଜଣାନ୍ତୁ।