rbi

ଏଣିକି ୟୁପିଆଇ ଜରିଆରେ ଆକାଉଣ୍ଟରେ ଜମା କରିପାରିବେ ଟଙ୍କା: ଭାରତୀୟ ରିଜର୍ଭ ବ୍ୟାଙ୍କର ବଡ ଘୋଷଣା

ୟୁପିଆଇକୁ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କର ବଡ ଘୋଷଣା । ୟୁପିଆଇ ବ୍ୟବହାର କରୁଥିବା ୟୁଜର୍ସଙ୍କ ପାଇଁ ଆଗକୁ ବଡ ସୁବିଧା ମିଳିବାକୁ ଯାଉଛି । ଏଣିକି ୟୁଜର୍ସ ୟୁପିଆଇ ଜରିଆରେ ଆକାଉଣ୍ଟରେ ଟଙ୍କା ଜମା କରିପାରିବେ । ଭାରତୀୟ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି, ଖୁବଶୀଘ୍ର ୟୁପିଆଇ ଦ୍ୱାରା ଏଟିଏମରେ ଟଙ୍କା ଜମା କରିବାକୁ ହେବ । ଏହି ସୁବିଧା ଉପଲବ୍ଧ ହେବା ପରେ ଏଟିଏମର ବ୍ୟବହାର ବହୁଳ ମାତ୍ରାରେ କମିଯିବ ।

ଏହି ସେବା ଆସିବା ଦ୍ୱାରା ଲୋକଙ୍କୁ ବହୁତ ସୁବିଧା ମଧ୍ୟ ମିଳିବ । କାରଣ ଟଙ୍କା ଜମା ପାଇଁ ଆଉ ବ୍ୟାଙ୍କ ଧାଇଁବାକୁ ପଡିବନି । ବ୍ୟାଙ୍କ ଠାରୁ ଦୂରରେ ଥିଲେ ଏବଂ ବିନା ଏଟିଏମ କାର୍ଡରେ ଟଙ୍କା ଜମା କରିପାରିବେ । ବର୍ତ୍ତମାନ ପର୍ଯ୍ୟନ୍ତ ଟଙ୍କା ଜମା ଓ ଉଠାଣ ପାଇଁ ଡେବିଟ୍ କାର୍ଡର ଆବଶ୍ୟକତା ପଡୁଥିଲା । କିନ୍ତୁ ୟୁପିଆଇ ସୁବିଧା ଆସିବା ଦ୍ୱାରା କାର୍ଡର ଆବଶ୍ୟକତା ପଡିବନାହିଁ। ଖୁବଶୀଘ୍ର ବ୍ୟାଙ୍କ ଗୁଡିକ ଏଟିଏମରେ ୟୁପିଆଇ ସୁବିଧା ଉପଲବ୍ଧ କରିବେ । ଯାହାଦ୍ୱାରା ୟୁପିଆଇ ମାଧ୍ୟମରେ ଏଟିଏମରେ ସହଜରେ ଟଙ୍କା ଜମା କରିପାରିବେ ।

ଅନ୍ୟମାନଙ୍କୁ ଜଣାନ୍ତୁ।