You are currently viewing ରାଜ୍ୟରେ ୪.୫ କୋଟି ପାର କଲା ଟିକାକରଣ

ରାଜ୍ୟରେ ୪.୫ କୋଟି ପାର କଲା ଟିକାକରଣ

ଭୁବନେଶ୍ୱର(ଏଏନଏସ) ୦୯.୧୨.୨୦୨୧, ରାଜ୍ୟରେ ୪.୫ କୋଟି ପାର କଲା ଟିକାକରଣ । ବୁଧବାର ରାଜ୍ୟରେ ୨ଲକ୍ଷ ୪୮ହଜାର ୭୭୩ ହିତାଧିକାରୀଙ୍କୁ କୋଭିଡ ଟିକା ଦିଆଯିବା ପରେ ମୋଟ ଟିକାକରଣ ସଂଖ୍ୟା ୪କୋଟି ୫୨ଲକ୍ଷ ୮୪ହଜାର ୬୦୮ରେ ପହଞ୍ଚିଛି । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁସି ବ୍ୟକ୍ତ କରିଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, କରୋନା ବିରୋଧରେ ଚାଲିଥିବା ଲଢ଼େଇରେ ଟିକାକରଣ ଏକ ପ୍ରମୁଖ ଅସ୍ତ୍ର । ରାଜ୍ୟ ଏ ଦିଗରେ ଏକ ନୂତନ ମାଇଲଖୁଣ୍ଟ ହାସଲ କରିଛି । ଏହା ସହ ସ୍ୱାସ୍ଥ୍ୟକର୍ମୀମାନଙ୍କ କଠିନ ପରିଶ୍ରମକୁ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଶଂସା କରିଛନ୍ତି ।
ରାଜ୍ୟରେ ୧୮-୪୪ବର୍ଗର ୮୧ ପ୍ରତିଶତ ଓ ୪୫ବର୍ଷରୁ ଅଧିକ ୯୦ ପ୍ରତିଶତ ହିତାଧିକାରୀ ନିଜର ପ୍ରଥମ ଡୋଜ୍ ଟିକା ନେଇ ସାରିଲେଣି । ୩ଲକ୍ଷ ୮୧ହଜାର ୫୫୧ ଗର୍ଭବତୀ ମହିଳାଙ୍କୁ ମଧ୍ୟ ଟିକା ଦିଆଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।