You are currently viewing ମାସେ ଭିତରେ ସରିବ ୧୫ ରୁ ୧୮ ବର୍ଷ ପିଲାଙ୍କ ଟିକାକରଣ : ପରିବାର କଲ୍ୟାଣ ନିର୍ଦ୍ଦେଶକ

ମାସେ ଭିତରେ ସରିବ ୧୫ ରୁ ୧୮ ବର୍ଷ ପିଲାଙ୍କ ଟିକାକରଣ : ପରିବାର କଲ୍ୟାଣ ନିର୍ଦ୍ଦେଶକ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ) ୩୦.୧୨.୨୦୨୧, ଆସନ୍ତା ଜାନୁଆରୀ ୩ ତାରିଖରୁ ୧୫ ରୁ ୧୮ ବର୍ଷ ପିଲାଙ୍କୁ ଦିଆଯିବ କରୋନା ଟିକା । ତେବେ ଆସନ୍ତା ମାସେ ଭିତରେ ୧୫ ରୁ ୧୮ ବର୍ଷ ପିଲାଙ୍କ ଟିକାକରଣ କାର୍ଯ୍ୟକ୍ରମ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏନେଇ ସୁଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।
ସେ କହିଛନ୍ତି ଯେ, ରାଜ୍ୟରେ ମୋଟ ୨୩ ଲକ୍ଷ ୬୫ ହଜାର ପିଲା ଟିକା ନେବେ । ଏହାକୁ ନେଇ ୧ ରୁ ପଞ୍ଜୀକରଣ ଆରମ୍ଭ ହେବ । ପିଲାଙ୍କୁ କୋଭାକ୍ସିନ୍ ଟିକା ଦିଆଯିବାକୁ ସ୍ଥିର କରାଯାଇଛି । ପିଲାମାନେ କୋଭାକ୍ସିନ ଟିକା ନେବାକୁ ଥିବାବେଲେ ରାଜ୍ୟରେ ପ୍ରାୟ ୧୪ ଲକ୍ଷ ଡୋଜ ଉପଲବ୍ଧ ଅଛି । ସବୁ ଜିଲ୍ଲାକୁ ନିର୍ଦେଶ ଦିଆଯାଇଛି, ଆବଶ୍ୟକତା ଅନୁସାରେ ଟିକାକରଣ କେନ୍ଦ୍ର ଖୋଲିବେ। ଆବଶ୍ୟକସ୍ଥଳେ ସ୍କୁଲରେ ବି ଟିକାକରଣ କେନ୍ଦ୍ର ଖୋଲାଯିବ ।  ସଠିକ୍ ହିସାବ୍‌ରେ ଟିକା ନେଲେ ମାସେ ଭିତରେ ଏହି ଟିକାକରଣ କାର୍ଯ୍ୟକ୍ରମ ଶେଷ ହେବ ବୋଲି ଡ଼. ପାଣିଗ୍ରାହୀ କହିଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।