You are currently viewing ରାଜ୍ୟରେ ବଢିଲା ଟିକାକରଣ କେନ୍ଦ୍ର

ରାଜ୍ୟରେ ବଢିଲା ଟିକାକରଣ କେନ୍ଦ୍ର

ଭୁବନେଶ୍ୱର(ଏଏନଏସ)୧୧.୧୧.୨୦୨୧, ରାଜ୍ୟରେ କରୋନା ସଂକ୍ରମଣ ନିୟନ୍ତ୍ରଣରେ ରହିଛି । କରୋନା ବିରୋଧୀ ଅସ୍ତ୍ର ଭାବେ ଟୀକାକରଣ କୁ ବେଶ୍ ଗୁରୁତ୍ଵ ଦିଆଯାଉଛି । ରାଜ୍ୟରେ ଟିକାକରଣକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀଙ୍କ ।
ସେ କହିଛନ୍ତି ଯେ, ରାଜ୍ୟରେ ଟିକାକରଣ କେନ୍ଦ୍ରକୁ ବୃଦ୍ଧି କରାଯାଇଛି । ପୂର୍ବରୁ ୧୬୦୦ ଟୀକାକରଣ କେନ୍ଦ୍ର ରହିଥିବାବେଳେ ଏବେ ଏହା ବୃଦ୍ଧି ପାଇ ୨୪୦୦ ହୋଇଛି । ବିଶେଷ କରି ଗ୍ରାମାଞ୍ଚଳକୁ ଫୋକସ୍ କରି କେନ୍ଦ୍ର ଖୋଲା ଯାଉଛି । ଯେଉଁ ଗ୍ରାମରେ ୧୦୦ରୁ ଅଧିକ ଟିକା ନେଇ ନଥିବା ଲୋକ ଅଛନ୍ତି ସେଠାରେ କେନ୍ଦ୍ର ଖୋଲା ଯାଇଛି । ହର୍ ଘର କାର୍ଯ୍ୟକ୍ରମ ପରେ ଦ୍ବିତୀୟ ଡୋଜ୍‌ ୩୫%ରୁ ବଢ଼ି ୪୦% ହୋଇଛି ।

ସେହିପରି କୋରୋନା ସଂକ୍ରମଣ ନେଇ ସ୍ବାସ୍ଥ୍ୟ ନିର୍ଦେଶକଙ୍କ ସୂଚନା ଦେଇଛନ୍ତି ଯେ, ଅନ୍ୟ ଦେଶରେ ସଂକ୍ରମଣ ବଢୁଛି । ଆମ ଦେଶରେ ଯେହେତୁ ସଂକ୍ରମଣ ବଢିନି ଆମକୁ ସତର୍କ ରହିବାକୁ ପଡିବ । ଯେଉଁ ଅଲଗା ଜାଗାରେ ସଂକ୍ରମଣ ହେଉଥିଲା ତାର ୩-୪ମାସ ପରେ ଆମ ଦେଶରେ ହୋଇଥିଲା ତେଣୁ ଏହି ସମୟ ଆମ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ । ଜୁଲାଇ ମାସରୁ ଯେଉଁ ପ୍ଲାଟୋ ଷ୍ଟେଜରେ ରହିଆସିଛି ତାହା ଏବେ କମୁଛି । କିନ୍ତୁ କମ୍ ରେଟରେ କମୁଛି । ରାଜ୍ୟରେ ସ୍ଥିତି ଭଲ ଅଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।