You are currently viewing ରାଜ୍ୟରେ ୩କୋଟି ପାର୍ କଲା ଟିକାକରଣ

ରାଜ୍ୟରେ ୩କୋଟି ପାର୍ କଲା ଟିକାକରଣ

ଭୁବନେଶ୍ୱର-୨୯.୦୯.୨୦୨୧, ରାଜ୍ୟରେ ୩କୋଟି ପାର କରିଛି ଟିକାକରଣ । ଗତକାଲି ୨ଲକ୍ଷ ୪୩ହଜାର ୭୨ ହିତାଧିକାରୀ ଟିକା ନେବା ପରେ ସମୁଦାୟ ଟିକାକରଣ ସଂଖ୍ୟା ୩କୋଟି ୧୦ଲକ୍ଷ ୫ହଜାର ୯୮୭କୁ ବୃଦ୍ଧି ପାଇଛି। ଏନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ରାଜ୍ୟରେ ସମୁଦାୟ ୩.୧ କୋଟି ହିତାଧିକାରୀଙ୍କୁ ଟିକା ଦେବା ଲାଗି ରାଜ୍ୟ ସରକାର ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । ରାଜ୍ୟରେ ବର୍ତ୍ତମାନ ୨କୋଟି ୧୭ଲକ୍ଷରୁ ଅଧିକ ହିତାଧିକାରୀ ପ୍ରଥମ ଓ ୮୨ଲକ୍ଷରୁ ଅଧିକ ଦ୍ବିତୀୟ ଡୋଜ୍ ଟିକା ନେଇ ସାରିଲେଣି ।
ଏବେ ଦୈନିକ ୪ଲକ୍ଷ ଟିକାକରଣ କରାଯିବା ଲାଗି ଲକ୍ଷ୍ୟ ଧାର୍ଯ୍ୟ କରାଯିବା ପରେ ଟିକାକରଣ ବଢ଼ିବାରେ ଲାଗିଛି। ନିକଟରେ ବାତ୍ୟା କାରଣରୁ ରାଜ୍ୟରେ କିଛିଦିନ ପାଇଁ ଟିକାକରଣ ମନ୍ଥର ହୋଇଯାଇଥିଲା। କିନ୍ତୁ ଏବେ ଟିକାକରଣ ସ୍ବାଭାବିକ ହୋଇଛି ।ଆଜି ରାଜ୍ୟରେ ୧୬୮୪ ଟିକାକଣ ଅଧିବେଶନ ଅନୁଷ୍ଠିତ ହୋଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।