You are currently viewing ଟିକା ନେଲା ପରେ ବି ୨୦% କ୍ଷେତ୍ରରେ ସୃଷ୍ଟି ହେଉନି ଆଣ୍ଟିବଡି !

ଟିକା ନେଲା ପରେ ବି ୨୦% କ୍ଷେତ୍ରରେ ସୃଷ୍ଟି ହେଉନି ଆଣ୍ଟିବଡି !

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର-୧୧.୦୯.୨୦୨୧, କରୋନା ସଂକ୍ରମଣ ସାରା ଦେଶ ରେ ଆତଙ୍କ ସୃଷ୍ଟି କରିଥିବାବେଳେ କରୋନା ବିରୋଧୀ ଅସ୍ତ୍ର ଭାବେ ଟିକାକରଣକୁ ବେଶ ଜୋରଦାର କରାଯାଉଛି । କିନ୍ତୁ ଟିକାକରଣକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ଭୁବନେଶ୍ୱର ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡ଼ା । ସେ କହିଛନ୍ତି ଯେ, ରାଜ୍ୟରେ ପ୍ରାୟ ୭୦-୮୦ ପ୍ରତିଶତ ଲୋକଙ୍କ କ୍ଷେତ୍ରରେ ଟିକା କାମ ଦେଉଛି। ହେଲେ ୨୦ରୁ ୨୨ ପ୍ରତିଶତଙ୍କ କ୍ଷେତ୍ରରେ ଏହା କାମ ଦେଉନି। ଜେନମ ସିକୁଏନସିଂ ବିଶ୍ଳେଷଣ ଆଧାରରେ ଏପରି ରିପୋର୍ଟ ଆସିଛି । ତେବେ ଡବଲ ଡୋଜ୍ ପରେ ତୃତୀୟ କି ବୁଷ୍ଟର ଡୋଜ୍ ଦେବା ନେଇ ଅନୁଧ୍ୟାନ ଚାଲିଛି । ସମାନ କି ଅନ୍ୟ କମ୍ପାନୀ ଟିକା ଦିଆଯିବ, ସେନେଇ ବିଶ୍ଲେଷଣ ଚାଲିଛି ବୋଲି ସେ କହିଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ପାର୍ବଣରେ ଲୋକଙ୍କ ସମାଗମ ପୁଣିଥରେ ସଂକ୍ରମଣକୁ ବଢାଇପାରେ । କେରଳର ଓନମ ପର୍ବ ଏହାର ଏକ ବଡ଼ ଉଦାହରଣ । ପାର୍ବଣରେ ଆମକୁ ଜଗିରଖି ଚଳିବାକୁ ହେବ । ଓଡ଼ିଶାର ପରିସ୍ଥିତି ଏବେ ବହୁତ ଭଲ ଅଛି । କିନ୍ତୁ ପର୍ବାଣୀରେ ସତର୍କ ରହିବାକୁ ପଡ଼ିବ । ତେବେ ରାଜ୍ୟରେ ୧୮ରୁ ଅଧିକ ଅଧିକାଂଶ ଲୋକଙ୍କ ଟିକାକରଣ ହୋଇସାରିଲାଣି ତେଣୁ ୧୮ ବର୍ଷରୁ କମ ପିଲାଙ୍କ ପାଇଁ ସତର୍କ ରହିବାକୁ ପଡ଼ିବ ବୋଲି କହିଛନ୍ତି ILS ନିର୍ଦ୍ଦେଶକ ଡକ୍ଟର ଅଜୟ ପରିଡ଼ା । ତେବେ ଭୁବନେଶ୍ୱରରେ ଅଧିକ ୟାତାୟତ ହେଉଥିବାରୁ ଏଠାରେ ଦୈନିକ ସଂକ୍ରମଣ ଅଧିକ ଥିଲା । ଏବେ ୨୦୦ରୁ ୩୦୦ ଭିତରେ ରହୁଛି । ତେବେଭୁବନେଶ୍ୱରରେ ଆଉ ୧୦ରୁ ୧୫ ଦିନରେ ସଂକ୍ରମଣ କମିଯିବ ବୋଲି ଆଶା ।

ଅନ୍ୟମାନଙ୍କୁ ଜଣାନ୍ତୁ।