You are currently viewing ଅଠରନଳା ଉପରେ ଯାନବାହାନ ଚଳାଚଳକୁ ନା

ଅଠରନଳା ଉପରେ ଯାନବାହାନ ଚଳାଚଳକୁ ନା

  • Post category:ଓଡିଶା
  • Reading time:1 mins read

ପୁରୀ: ଅଠରନଳା ପୁରୁଣା ବ୍ରିଜର ବର୍ତ୍ତମାନ ପରିସ୍ଥିତିକୁ ନଜରରେ ରଖି ବ୍ରିଜ ଉପରକୁ ଚାରିଚକିଆ ଯାନ ଚଳାଚଳ ବନ୍ଦ କରାଯାଇଥିଲା । ଏହି ବ୍ରିଜ ଉପରେ ଯିବା ବିପଦ୍ଦଜନକ ବୋଲି ଘୋଷଣା କରି ଏବେ ଏହି ବ୍ରିଜ ଉପରକୁ ଦୁଇ ଚକିଆ ଯାନ ଯିବା ପାଇଁ ବାରଣ କରାଯାଇଛି । ପୁରୀ ଶ୍ରୀ ମନ୍ଦିର ଖୋଲିବା ପରେ ଗହଳି ବଢ଼ିବ ଏବଂ ବ୍ରିଜ ଉପରେ ବାଇକ ଯିବା ବିପଦ ସୃଷ୍ଟି କରିପାରେ ତେଣୁ ଏହାକୁ ନଜରରେ ରଖି ବର୍ତ୍ତମାନ ଅଠରନଳା ବ୍ରିଜ ଉପରେ ବାଇକ ଚଳାଚଳକୁ ମଧ୍ୟ ବନ୍ଦ କରିଦିଆଯାଇଛି ଏବଂ ଏହି ପଦକ୍ଷେପକୁ ସର୍ବସାଧାରଣ ଗ୍ରହଣ କରିଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।