You are currently viewing ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଅବକାରୀ ଅଧୀକ୍ଷକ

ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଅବକାରୀ ଅଧୀକ୍ଷକ

ଦେବଗଡ଼-୩୦.୦୯.୨୦୨୧, ଭିଜିଲାନ୍ସ ଜାଲରେ ଦେବଗଡ଼ ଅବକାରୀ ଅଧୀକ୍ଷକ । ମଦ ବ୍ୟବସାୟୀଙ୍କଠାରୁ ଲକ୍ଷାଧିକ ଟଙ୍କା ଲାଞ୍ଚ ନେବା ବେଳେ ଧରା ପଡ଼ିଲେ ଦେବଗଡ଼ ଅବକାରୀ ଅଧୀକ୍ଷକ ଅଜିତ କୁମାର । ସେ ବ୍ୟବସାୟୀଙ୍କଠାରୁ ଦେଢ଼ ଲକ୍ଷ ଟଙ୍କା ଲାଞ୍ଚ ନେଉଥିଲେ । ଏହି ମାମଲାରେ ଅବକାରୀ ଏଏସ୍‌ଆଇ ମଥୁରା ମୋହନ ମହାପାତ୍ରଙ୍କୁ ମଧ୍ୟ ଅଟକ ରଖାଯାଇ ପଚରାଉଚରା କରାଯାଉଛି ।
ସୂଚନାଅନୁସାରେ, ବାରକୋଟର ଅବକାରୀ ଏଏସ୍‌ଆଇ ମଥୁରା ମୋହନ ପ୍ରଧାନଙ୍କ ଜରିଆରେ ଅଜିତ ମହାପାତ୍ର ଲାଞ୍ଚ ନେଉଥିଲେ । ମଧ ବେପାରୀ ନିଜ ବ୍ୟବସାୟ ପାଇଁ ଲାଞ୍ଚ ଦେଉଥିଲେ । ଦୁଇଟି କିସ୍ତିରେ ୩ ଲକ୍ଷ ଟଙ୍କାର ଡିଲ୍ ହୋଇଥିଲା । ପ୍ରଥମ ଡ଼ିଲ୍‌ରେ ଦେଢ଼ ଲକ୍ଷ ଟଙ୍କା ନେବା ସମୟରେ ଭିଜିଲାନ୍ସ ହାତରେ ଧରାପଡ଼ିଯାଇଥିଲେ ଅଜିତ କୁମାର ମହାପାତ୍ର । ଏହାପରେ ଭିଜିଲାନ୍ସ ଟିମ ଅଜିତ ମହାପାତ୍ର ଓ ମଥୁରା ମୋହନ ମହାପାତ୍ରଙ୍କ ଘର ଓ ଅଫିସରେ ଏକକାଳୀନ ରେଡ୍ କରିଛି । ଅଜିତ ମହାପାତ୍ରଙ୍କ ବ୍ରହ୍ମପୁର ସ୍ଥିତ ଘର, ଦେବଗଡ଼ରେ ଥିବା ଭଡ଼ା ଘରେ ମଧ୍ୟ ଚଢ଼ାଉ ହୋଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।