You are currently viewing ଭିଜିଲାନ୍ସ ଜାଲରେ ଆଉ ୨ ଜଣ ଅଧିକାରୀ

ଭିଜିଲାନ୍ସ ଜାଲରେ ଆଉ ୨ ଜଣ ଅଧିକାରୀ

ଭୁବନେଶ୍ୱର-୧୦.୧୦.୨୦୨୧, ଭିଜିଲାନ୍ସ ଜାଲରେ ରାଜ୍ୟ ପ୍ରଦୂଷଣ କଣ୍ଟ୍ରୋଲ ବୋର୍ଡ଼ର ୨ ଜଣ ଅଧିକାରୀ । ଜଣେ ବାଲେଶ୍ୱର ଜିଲ୍ଲା ଆଞ୍ଚଳିକ ପ୍ରଦୂଷଣ ବିଭାଗ ଅଧିକାରୀ ହୋଇଥିବା ବେଳେ ଅନ୍ୟ ଜଣେ ମଧ୍ୟ ରାଉରକେଲା ଆଞ୍ଚଳିକ ପ୍ରଦୂଷଣ ଅଧିକାରୀ । ସେମାନଙ୍କଠୁ ଲକ୍ଷ ଲକ୍ଷ ଟଙ୍କା ଜବତ ହୋଇଛି ।
ରାଉରକେଲା ଆଞ୍ଚଳିକ ପ୍ରଦୂଷଣ ଅଧିକାରୀ ଡଃ ପ୍ରକାଶ କୁମାର ମହାପାତ୍ର ମହାପାତ୍ର ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ରାଉରକେଲାରୁ ଭୁବନେଶ୍ୱର ଘରକୁ ଫେରୁଥିବାବେଳେ ଭିଜିଲାନ୍ସ ଚଢ଼ାଉ କରିଛି। ତାଙ୍କ ଠାରୁ ନଗଦ ୧ଲକ୍ଷ ୭୫ହଜାର ଟଙ୍କା ଜବତ ହୋଇଛି । ଏହାପରେ ଭୁବନେଶ୍ୱର ସୁନ୍ଦରପଦାରେ ଥିବା ତାଙ୍କ ବାସଭବନ ଉପରେ ଚଢ଼ାଉ କରାଯାଇଛି।
ସେହିପରି ଆଉ ଜଣେ ଅଧିକାରୀ ହେଲେ ବାଲେଶ୍ୱର ଜିଲ୍ଲା ଆଞ୍ଚଳିକ ପ୍ରଦୂଷଣ ବିଭାଗ ଅଧିକାରୀ ନରୋତ୍ତମ ବେହେରା । ତାଙ୍କୁ ଟାଙ୍ଗୀ ଛକ ଗେଟ୍ ନିକଟରେ ଧରିଛି ଭିଜିଲାନ୍ସ। ତାଙ୍କଠାରୁ ୮୯ହଜାର ନଗଦ ଟଙ୍କା ଜବତ କରାଯାଇଛି। ପରେ ନରୋତ୍ତମ ବେହେରାଙ୍କ ବାସଭବନରେ ଚଢ଼ାଉ କରଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।