You are currently viewing ଭିସୁଟ ଛାତ୍ରୀ ଚିନ୍ମୟୀ ସାହୁ ମୃତ୍ୟୁ ମାମଲା : ଭିସେରା ରିପୋର୍ଟରେ ଆଲକହଲ ଥିବା ସୂଚନା ଦେଲେ ଏସ୍‌ପ

ଭିସୁଟ ଛାତ୍ରୀ ଚିନ୍ମୟୀ ସାହୁ ମୃତ୍ୟୁ ମାମଲା : ଭିସେରା ରିପୋର୍ଟରେ ଆଲକହଲ ଥିବା ସୂଚନା ଦେଲେ ଏସ୍‌ପ

  • Post category:ଓଡିଶା
  • Reading time:1 mins read

ସମ୍ବଲପୁର (ଏ ଏନ୍ ଏସ)୨୫/୦୪, ଭିସୁଟ୍‌ ଛାତ୍ରୀ ଚିନ୍ମୟୀଙ୍କ ଭିସେରାରେ ଆଲକହଲ । ତାଙ୍କର ଭିସେରା ରିପୋର୍ଟରେ ଆଲକହଲ ଥିବା ସୂଚନା ମିଳିଛି । ଅତ୍ୟଧିକ ନିଶା ଯୋଗୁ ପାଣିରେ ପଡ଼ି ତାଙ୍କର ମୃତ୍ୟୁ ହୋଇଛି । ଚିନ୍ମୟୀ ନିଶା ସେବନ କରି ପାଣିରେ ପଡ଼ିଯାଇଥିଲେ । ଯାହା ଫଳରେ ସେ ଆଉ ପାଣି ଭିତରୁ ବାହାରି ପାରିନଥିଲେ । ପୂର୍ବରୁ ମଧ୍ୟ ଚିନ୍ମୟୀଙ୍କ ଶବ ବ୍ୟବଛେଦ ଓ ଡାଏଟମ ରିପୋର୍ଟରେ ଆଲକହଲ ଥିବା ପୋଲିସ ସ୍ପଷ୍ଟ କରିଥିଲା । ତେବେ ଖାଦ୍ୟରେ କୌଣସି ବିଷାକ୍ତ ଦ୍ରବ୍ୟ ଥିଲା କି ନାହିଁ ସେନେଇ ତାଙ୍କର ଭିସେରା ଟେଷ୍ଟ କରାଯାଇଥିଲା । ରିପୋର୍ଟରେ ଆଲକହଲ ଥିବା ସୂଚନା ଦେଇଛନ୍ତି ସମ୍ବଲପୁର ଏସ୍‌ପି ବି. ଗଙ୍ଗାଧର ।

ଗତ ଫେବୃୟାରୀ ୨୮ ତାରିଖରେ ଭିସୁଟ ସମାବର୍ତ୍ତନ ଉତ୍ସବରେ ଡିଗ୍ରୀ ସାର୍ଟିଫିକେଟ୍‌ ନେବାକୁ ବୁର୍ଲା ଆସିଥିଲେ ଚିନ୍ମୟୀ ପ୍ରିୟଦର୍ଶିନୀ । କିନ୍ତୁ ସେହିଦିନ ରାତିରେ ରହସ୍ୟମୟ ଢଙ୍ଗରେ ତାଙ୍କ ମୃତ୍ୟ ହୋଇଥିଲା। ଝିଅକୁ ତାଙ୍କ ପୁରୁଷ ବନ୍ଧୁ ଓ ପ୍ରୀତିମାନ୍‌ ହତ୍ୟା କରିଥିବା ଥାନାରେ ଅଭିଯୋଗ କରିଥିଲେ ଚିନ୍ମୟୀଙ୍କ ପରିବାର ଲୋକ। ସମ୍ବଲପୁର ପୋଲିସ ମଧ୍ୟ୍ଯ ସିସିଟିଭି ଫୁଟେଜ ରୁ ଚିନ୍ମୟୀ ଓ ତାଙ୍କ ବନ୍ଧୁ ମଦ୍ୟ ପାନ କରିଥିବା ପ୍ରମାଣ ପାଇଛି. ତେବେ ସେ ଆତ୍ମହତ୍ୟା କଲେ କି କେହି ପ୍ରବାର୍ତ୍ତାଇଥିଲେ ସେ ନେଇ ତଦନ୍ତ କରୁଛି ପୋଲିସ ।ସେହିଭଳି ଅତ୍ୟଧିକ ମଦ୍ୟପାନ ଯୋଗୁଁ ପାଣିରେ ପଡିଗଲେକି ସେ ନେଇ ତଦନ୍ତ ଚାଲିଛ ।

ଅନ୍ୟମାନଙ୍କୁ ଜଣାନ୍ତୁ।