cm

ସ୍ବାବଲମ୍ବୀ କାରିଗରଙ୍କ ପାରିଶ୍ରମିକ ଟଙ୍କା ବୃଦ୍ଧି କଲେ ରାଜ୍ୟ ସରକାର

  • Post category:ଓଡିଶା
  • Reading time:1 mins read

ଏଏନଏସ: ରାଜ୍ୟ ସରକାର ଗ୍ରାମପଞ୍ଚାୟତ ଗୁଡ଼ିକରେ କାମ କରୁଥିବା ସେଲଫ ଏମ୍ପ୍ଲୟେଡ୍ ମେକାନିକ୍ ବା ସ୍ବାବଲମ୍ବୀ କାରିଗରମାନଙ୍କର ପାରିଶ୍ରମିକ ବୃଦ୍ଧି କରିଛନ୍ତି। ସ୍ବାବଲମ୍ବୀ କାରିଗରଙ୍କ ପାରିଶ୍ରମିକ ପୂର୍ବରୁ ୪ ହଜାର ଟଙ୍କା ଥିବା ବେଳେ ଏବେ ତାହା ୬ ହଜାର ୫ ଶହ ଟଙ୍କାକୁ ବୃଦ୍ଧି କରାଯାଇଛି। ଏହାଦ୍ବାରା ରାଜ୍ୟର ୧୩ ହଜାର ସ୍ବାବଲମ୍ବୀ କାରିଗର ଉପକୃତ ହେବେ।

ସୂଚନାଯୋଗ୍ୟ ରାଜ୍ୟର ସମସ୍ତ ଗ୍ରାମକୁ ନିୟମିତ ସ୍ଵଚ୍ଛ ପାନୀୟଜଳ ଯୋଗାଣ ତଥା ଜଳକଷ୍ଟ ଦୂର କରିବା ପାଇଁ ଗ୍ରାମ ପଞ୍ଚାୟତଗୁଡ଼ିକରେ ଦୁଇ ଜଣ ଲେଖାଏଁ ସ୍ବାବଲମ୍ବୀ କାରିଗର ନିୟୋଜିତ ଅଛନ୍ତି। ସେମାନେ ପାଇପଜଳ ଯୋଗାଣ, ରକ୍ଷଣାବେକ୍ଷଣ ତଥା ନଳକୂଅ ମରାମତି ପାଇଁ ନିରନ୍ତର ସେବା ଯୋଗାଇ ଆସୁଛନ୍ତି।

ଅନ୍ୟମାନଙ୍କୁ ଜଣାନ୍ତୁ।