You are currently viewing ଆଗାମୀ ୪/୫ ଦିନ ପ୍ରବଳ ବର୍ଷା ସମ୍ଭାବନା

ଆଗାମୀ ୪/୫ ଦିନ ପ୍ରବଳ ବର୍ଷା ସମ୍ଭାବନା

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ) ୧୩.୧୧.୨୦୨୧, ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଲାଗି ରହିଛି । ତାମିଲନାଡୁ ଠାରୁ ଦକ୍ଷିଣ ଆନ୍ଧ୍ର ଉପକୂଳ ଦେଇ ଉତ୍ତର ଓଡ଼ିଶା ଯାଏ ଏକ ଟ୍ରପଲାଇନ୍ ଲମ୍ବିଛି। ଏହି ଟ୍ରପ୍‌ ଲାଇନ୍‌ ଏବେ ସକ୍ରିୟ ରହିଛି।  ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଏହାଛଡା ୧୭ ତାରିଖରେ ଦକ୍ଷିଣ ଓଡିଶାରେ ବର୍ଷାର ମାତ୍ରା ପୁଣି ବୃଦ୍ଧି ପାଇବ । ଆସନ୍ତା ୪/୫ ଦିନ ମେଘୁଆ ପାଗ ସହ ବର୍ଷା ହୋଇପାରେ। ଏନେଇ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
ଲକ୍ଷୁଚାପ କ୍ଷେତ୍ର ପ୍ରଭାବରେ ୯ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ। ଏହିସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ୯ ଜିଲ୍ଲା ହେଲା- ଗଞ୍ଜାମ, ଗଜପତି, କନ୍ଧମାଳ, ରାୟଗଡ଼ା, ପୁରୀ, ନୟାଗଡ଼, ଖୋର୍ଦ୍ଧା, ଜଗତସିଂହପୁର ଓ କେନ୍ଦ୍ରାପଡ଼ା।
ଏହାର ପ୍ରଭାବରେ ୨୪ ଘଣ୍ଟାରେ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି। ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁରରେ ୧୭୬ ମି.ମି., ବେଲଗୁଣ୍ଠାରେ ୧୨୩.୩ ମି.ମି.,ଭଞ୍ଜନଗର ଓ ଦିଗପହଣ୍ଡିରେ ୧୧୯ ମି.ମି., ପୁରୀରେ ୧୨୪ ମି.ମି. ବର୍ଷା ରେକର୍ଡ କରାଯାଇଛି।


ଅନ୍ୟମାନଙ୍କୁ ଜଣାନ୍ତୁ।