You are currently viewing ଖସୁଛି ପାରଦ, ବଢୁଛି ଶୀତ

ଖସୁଛି ପାରଦ, ବଢୁଛି ଶୀତ

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର(ଏଏନଏସ) ୦୯.୧୧.୨୦୨୧, ରାଜ୍ୟରେ ଏବେ ଧୀରେ ଧୀରେ ଶୀତ ବଢ଼ିବାରେ ଲାଗିଲାଣି । ସକାଳୁ ସକାଳୁ କୁହୁଡି ମଧ୍ୟ ଦେଖିବାକୁ ମିଳୁଛି ।
ତେବେ ଗତକାଲି ରାଜ୍ୟର ୭ଟି ସହରରେ ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଥିବା ରେକର୍ଡ କରାଯାଇଛି ।ସର୍ବନିମ୍ନ ତାପମାତ୍ରା ୧୧ ଡିଗ୍ରୀ ସହ ଦାରିଙ୍ଗବାଡ଼ି ରାଜ୍ୟର ସବୁଠୁ ଥଣ୍ଡା ସହର ପାଲଟିଛି । ସେହିପରି ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୧୨.୨ ଡିଗ୍ରୀ, ଟିଟିଲାଗଡ଼ ଓ କେନ୍ଦୁଝରରେ ୧୩.୮, କୋରାପୁଟରେ ୧୪.୦, ଝାରସୁଗୁଡ଼ାରେ ୧୪.୬, ଭବାନୀପାଟଣାରେ ୧୪.୯, ଭୁବନେଶ୍ୱରରେ ୧୭.୪ ଓ କଟକରେ ୧୭.୫ ଡିଗ୍ରୀ ରେକର୍ଡ କରାଯାଇଛି।

ଅନ୍ୟମାନଙ୍କୁ ଜଣାନ୍ତୁ।