You are currently viewing ସମସ୍ୟା ସମାଧାନ କରିବାକୁ ଯାଇ ପୋଲିସ ହଟହଟା,

ସମସ୍ୟା ସମାଧାନ କରିବାକୁ ଯାଇ ପୋଲିସ ହଟହଟା,

  • Post category:ଓଡିଶା
  • Reading time:1 mins read

ସୁବର୍ଣ୍ଣପୁର(ଏଏନଏସ)୦୭/୦୬, ଦୁଇ ଭାଇଙ୍କ କଳିର ସମାଧାନ କରିବାକୁ ଯାଇ ପୋଲିସ ହଟହଟା । ସୁବର୍ଣ୍ଣପୁର ସୁବଳୟା ଥାନାର ଏଏସଆଇ ଗୌରହରି ମେହେରଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ଗ୍ରାମବାସୀ । ଏହା ହେଉଛି ସୋମବାର ଦିନର ଘଟଣା । ତିଲେଇମାଲ ଗାଁର ରତ୍ନାକର ପଧାନ ଏବଂ ତାଙ୍କ ଭାଇ ସୁବାସ ପଧାନଙ୍କ ମଧ୍ୟରେ ଗଛକଟାକୁ ନେଇ ଗଣ୍ଡଗୋଳ ହୋଇଥିଲା । ପରେ ମାମଲା ସୁବଳୟା ଥାନାକୁ ଯାଇଥିଲା । ତେବେ ସୁବଳୟା ପୋଲିସ ସାନଭାଇ ସୁବାସର କେସକୁ ଗ୍ରହଣ କରିଥିବାବେଳେ ରତ୍ନାକରଙ୍କ କେସକୁ ଗ୍ରହଣ କରିନଥିଲା । ଫଳରେ ସୋମବାର ପୁଣିଥରେ ରତ୍ନାକର ସୁବଳୟା ଥାନାକୁ ଆସିଥିଲେ । ସେହି ସମୟରେ ସୁବଳୟା ଥାନାର ଏଏସଆଇ ଗୌରହରୀ ମେହେର ତିଲେଇମାଲର ରତ୍ନାକର ପଧାନଙ୍କ ଘରକୁ ଯାଇଥିଲେ । ପୋଲିସ ଏଏସଆଇ ସାଦା ପୋଷାକରେ ଯାଇଥିବାବେଳେ ଘରେ ଏକାକୀ ଥିବା ରତ୍ନାକରଙ୍କ ପତ୍ନୀ ନେପୁର ପଧାନଙ୍କୁ ଦୁର୍ବବ୍ୟହାର କରିଥିଲେ । ସେହି ସମୟରେ ପୋଲିସର ଉପସ୍ଥିତିରେ ସୁବାସ ପଧାନ ରତ୍ନାକରଙ୍କ ଏକ ପାଲଭାଡିରେ ନିଆଁ ଲଗାଇଦେଇଥିଲେ । ଫଳରେ ରତ୍ନାକରଙ୍କ ଛୋଟ ଝିଅ ଓ ପୁଅ ପାଟିକରିଥିଲେ । ପାଟି ଶୁଣିଲା ପରେ ଗ୍ରାମବାସୀ ଦୌଡି ଆସିବାସହ ଏଏସଆଇ ଗୌରହରୀ ମେହେରଙ୍କୁ ନିସ୍ତୁକ ମାଡ ମାରିଥିବା ଦେଖିବାକୁ ମିଳିଛି । ଯେଉଁ ଭିଡିଓଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସେପଟେ ପୋଲିସ ତଦନ୍ତ ଆଳରେ ଯାଇ ଗାଁର ଅନ୍ୟଜଣେ ବୃଦ୍ଧଙ୍କୁ ମଧ୍ୟ ଜବରଦସ୍ତି ସାକ୍ଷୀ ରହିବାକୁ ବାଧ୍ୟ କରିଥିଲା । ସେଥିରେ ବୃଦ୍ଧ ଜଣକ ଅମଙ୍ଗ ହେବାରୁ ବିନାକାରଣ ବୃଦ୍ଧଙ୍କୁ ସୁବଳୟା ପୋଲିସ ମାଡ ମାରିଥିବା ମଧ୍ୟ ଅଭିଯୋଗ ହୋଇଛି । ଅପରପକ୍ଷରେ ଏନେଇ ପୋଲିସର ପ୍ରତିକ୍ରୀୟା ମିଳିନଥିଲେବି ପୋଲିସ ପକ୍ଷରୁ ତିଲେଇମାଲ ଗାଁର ୭ଜଣଙ୍କ ନାମରେ ମାମାଲା ଦାୟର ହୋଇଥିବା ଜଣାଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।