You are currently viewing ମାସ୍କ ଚେକିଂ ବେଳେ ପୋଲିସ ଯୁବକ ମୁହାଁମୁହିଁ

ମାସ୍କ ଚେକିଂ ବେଳେ ପୋଲିସ ଯୁବକ ମୁହାଁମୁହିଁ

ଆରଡ଼ି(ପ୍ରିୟବ୍ରତ), ମାସ୍କ ଚେକିଂ ନାଁରେ ଭଦ୍ରକ ଜିଲ୍ଲା ଆରଡି ଫାଣ୍ଡିର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ । ଏହି ଘଟଣା ଶନିବାର ଦିନ ଘଟିଥିବା ଜଣାପଡ଼ିଛି ।
ବେତାଳି ଗାଁର ଶୁଭରଞ୍ଜନ ମେକାପ ନାମକ ଯୁବକ ମନ୍ଦିର ଦର୍ଶନ ପାଇଁ ଯାଇଥିବା ବେଳେ ମାସ୍କ  ପିନ୍ଧି ନଥିବା ଅଭିଯୋଗରେ ପୋଲିସ ତାଙ୍କୁ ମାଡ ମାରି ଫାଣ୍ଡିରେ ଅଟକ ରଖିଥିଲେ । ଫାଣ୍ଡି ମଧ୍ୟରେ ଯୁକ୍ତି ତର୍କ ଭିତରେ ମୋବାଇଲ ବାହାର କରିବାରୁ ହଠାତ୍  ୫ ରୁ ୬ ଜଣ ପୋଲିସ ଅଧିକାରୀ ତାଙ୍କ ଉପରକୁ ଆକ୍ରମଣ କରି ମୋବାଇଲ୍ ଛଡାଇବା ସହ ତଳେ ପକାଇ ମାଡ ମାରିଥିଲେ।
ଖାଲି ଏତିକି ନୁହେଁ ହତ୍ୟା ଉଦ୍ୟମ ଭଳି ସଙ୍ଗୀନ ଦଫା ଲଗାଇ ତାଙ୍କୁ ଗିରଫ କରିଛି ପୋଲିସ । ତେବେ ବଡ କଥା ହେଲା ନିଜେ ପୋଲିସ ବାବୁ ନାକ ଓ ପାଟି ତଳକୁ ମାସ୍କ ଖସାଇ ପିନ୍ଧିବା ଏବଂ ଜଣେ ଅଧିକାରୀ କେବଳ ଗାମୁଛା ଏବଂ ଗଞ୍ଜି ପିନ୍ଧି ଆକ୍ରମଣ କରିଥିବା ଜଣାପଡ଼ିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।