You are currently viewing ତହସିଲ ଅଫିସ ପରିସରରେ ମହିଳାଙ୍କ ଆତ୍ମାହୁତି ଉଦ୍ୟମ

ତହସିଲ ଅଫିସ ପରିସରରେ ମହିଳାଙ୍କ ଆତ୍ମାହୁତି ଉଦ୍ୟମ

  • Post category:ଓଡିଶା
  • Reading time:1 mins read

ଯାଜପୁର (ଏଏନଏସ) ୨୦/୧୨: ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲ  ପରିସରରେ ମହିଳାଙ୍କ ଆତ୍ମହୁତି ଉଦ୍ୟମ ।   ଜମିଜମା ସମସ୍ୟାର ସମାଧାନ ନହେବାରୁ ଆଜି ତହସିଲ ଅଫିସ ସମ୍ମୁଖରେ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇବାକୁ ଉଦ୍ୟମ କରିଥିଲେ ଜଣେ ମହିଳା । ଉକ୍ତ ମହିଳା ଜଣଙ୍କ ହେଉଛନ୍ତି ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ନେଉଳପୁରର ଅକ୍ଷୟ ରାଉତଙ୍କ ସ୍ତ୍ରୀ ଅନିମା ରାଉତ । 

ସୂଚନା ଅନୂସାରେ ଉକ୍ତ ମହିଳା ଜଣଙ୍କ ଚକ ଜମି ବିକ୍ରି କରିବାରେ ସମସ୍ୟା ଦେଖାଦେଉଥିବା ବେଳେ ବାରମ୍ବାର କୋର୍ଟ ଓ ତହସିଲ ଅଫିସକୁ ଦୌଡି ଦୌଡି ସମସ୍ୟାର ସମାଧାନ ହୋଇପାରୁନଥିବାରୁ ଏଭଳି ଚରମ ନିଷ୍ପତି ଗ୍ରହଣ କରିଥିଲେ ମହିଳା ଜଣଙ୍କ । ତେବେ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇବା ସମୟରେ ପୋଲିସ୍ କାବୁ କରିଛି । ଅନ୍ୟପଟେ ଏହି ମାମଲାକୁ ନେଇ ତଦସିଲଦାରଙ୍କ କୌଣସି ପ୍ରତିକ୍ରିୟା ହସ୍ତଗତ ହୋଇପାରିନି ।

ଅନ୍ୟମାନଙ୍କୁ ଜଣାନ୍ତୁ।