You are currently viewing ବିଦ୍ୟୁତ ଆଘାତରେ ଶ୍ରମିକଙ୍କ ମୃତ୍ୟୁ

ବିଦ୍ୟୁତ ଆଘାତରେ ଶ୍ରମିକଙ୍କ ମୃତ୍ୟୁ

  • Post category:ଓଡିଶା
  • Reading time:1 mins read

ବୌଦ୍ଧ (ଏଏନଏସ) ୨୭/୧୨:  ବିଦ୍ୟୁତ ଆଘାତରେ ଶ୍ରମିକଙ୍କ ମୃତ୍ୟୁ। ଏହି ଘଟଣାଟି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ୍ ନୂଆପଡ଼ା ଗ୍ରାମରେ ଘଟିଛି । ମୃତକ ହେଲେ ଚମ୍ପାମାଲ ଗ୍ରାମର ମାନସ ନାଏକ ।

ସୂଚନା ଅନୁଯାୟୀ ମାନସ ନୂଆପଡା ଗ୍ରାମର ଟିକିରାସାହିଠାରେ ଏକ ନିର୍ମାଣାଧୀନ ଘରର ଛାତ ପକାଇବାକୁ ପ୍ରସ୍ତୁତି କରୁଥିବା ସମୟରେ ଛାତ ଉପର ଦେଇ ଯାଇଥିବା ୩୩ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଥିଲେ । ଘଟଣାସ୍ଥଳରେ କାମ କରୁଥିବା ଅନ୍ୟ ଶ୍ରମିକମାନେ ତାଙ୍କୁ ଉଦ୍ଧାର କରି ପୁରୁଣା କଟକ ମେଡିକାଲରେ ଭର୍ତ୍ତି କରିଥିଲେ ।  କିନ୍ତୁ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସୂଚନା ପାଇ ପୁରୁଣା କଟକ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହ ଜବତ କରିବା ସହ  ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।