You are currently viewing ଆଜି ବିଶ୍ୱ ସ୍ୱାସ୍ଥ୍ୟ ଦିବସ: ଆମ ପୃଥିବୀ,ଆମ ସ୍ୱାସ୍ଥ୍ୟ

ଆଜି ବିଶ୍ୱ ସ୍ୱାସ୍ଥ୍ୟ ଦିବସ: ଆମ ପୃଥିବୀ,ଆମ ସ୍ୱାସ୍ଥ୍ୟ

  • Post category:ଓଡିଶା
  • Reading time:1 mins read

ନୂଆଦିଲ୍ଲୀ ୦୭/୦୪, ଅପ୍ରେଲ୭ ତାରିଖ ୧୯୪୮ ମସିହାରେ ଗଠିତ ହୋଇଥିଲା ‘ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ’ । ସେହିଦିନଠାରୁ ପ୍ରତିବର୍ଷ ସାରା ବିଶ୍ୱରେ ଏହିଦିନକୁ ସ୍ୱାସ୍ଥ୍ୟ ଦିବସ ରୂପେ ପାଳନ କରାଯାଉଛି । ଏହା ଏକ ମହତ୍ତ୍ୱ ପୂର୍ଣ୍ଣ ଦିବସ ଅଟେ । ଚଳିତ ବର୍ଷ ଏହି ଦବିସ ପାଇଁ ଥିମ୍ ରହିଛି ‘ ଆମ ପୃଥିବୀ,ଆମ ସ୍ୱାସ୍ଥ୍ୟ’ । ଏହି ଦିବସ ପାଳନ କରିବାର ଉଦ୍ଦେଶ୍ୟ ହେଉଛି ଦୁନିଆର ସମସ୍ତ ମଣିଷ ଉତ୍ତମ ସ୍ୱାସ୍ଥ୍ୟ ସୁବିଧା ଉପଲଵ୍ଧି କରିବା ଆବଶ୍ୟକ । କରୋନା ମହାମାରୀ ବିଶ୍ୱ ଅର୍ଥ ବ୍ୟବସ୍ଥାର ଅଣ୍ଟା ଭାଙ୍ଗି ଦେଇଥିଲେ ମଧ୍ୟ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସବୁବେଳେ ପ୍ରୟାସ କରୁଛି ଯେ ସମଗ୍ର ବିଶ୍ୱରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ସୂଚାରୁ ରୂପେ ଚାଲୁ ।

ବିଶ୍ୱ ସ୍ୱାସ୍ଥ୍ୟ ଦିବସର ଉଦ୍ଦେଶ୍ୟ : ଏହି ଦିବସ ପାଳନ କରିବାର ମୁଖ୍ୟ କାରଣ ହେଉଛି –ଲୋକଙ୍କୁ ନିଜ ସ୍ୱାସ୍ଥ୍ୟ ପ୍ରତି ସଚେତନତ କରିବା ଏବଂ ପୁରା ଦୁନିଆରେ ଏକ ପ୍ରକାରର ସ୍ୱାସ୍ଥ୍ୟ ସୁବିଧା ଉପଲଵ୍ଧି ହେବା ସହ ଲୋକଙ୍କୁ ସ୍ୱାସ୍ଥ୍ୟ ସମ୍ବଦ୍ଧିତ ଅପକାରିତା ଠାରୁ ଦୂରେଇ ରଖିବା ।
ବିଶ୍ୱ ସ୍ୱାସ୍ଥ୍ୟ ଦିବସର କାର୍ଯ୍ୟ : ଗତ ୭୨ ବର୍ଷ ହେବ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନେକ ପ୍ରକାରର କାମ କରୁଛି । ଏହି ସଂଗଠନ ବିଶ୍ୱ ସ୍ତରରେ ବିଶେଷକରି ସରକାର ସ୍ୱସ୍ଥ୍ୟ ସଂଗଠନ ଏବଂ ଏହିପରି ଆହୁରି ଅନେକ ସଂଗଠନ ଯାହାକି ସ୍ୱାସ୍ଥ୍ୟ କ୍ଷେତ୍ରରେ କାମ କରୁଛି ସେସବୁ ସଂଗଠନକୁ ସ୍ୱାସ୍ଥ୍ୟ ସୁବିଧା ଉପଲଵ୍ଧି କରାଉଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।