You are currently viewing ଏପରି କରନ୍ତୁ ଭଗବାନ ଗଣେଶଙ୍କୁ ପ୍ରସନ୍ନ: କେବେ ବି ହେବ ନାହିଁ ଧନର ଅଭାବ

ଏପରି କରନ୍ତୁ ଭଗବାନ ଗଣେଶଙ୍କୁ ପ୍ରସନ୍ନ: କେବେ ବି ହେବ ନାହିଁ ଧନର ଅଭାବ

ହିନ୍ଦୁ ଧର୍ମରେ ଭଗବାନ ଗଣେଶଙ୍କୁ ସର୍ବଶ୍ରେଷ୍ଠ ସ୍ଥାନ ଦିଆଯାଇଥାଏ । ଶାସ୍ତ୍ର ଅନୁଯାୟୀ ସମସ୍ତ ମଙ୍ଗଳକାର୍ଯ୍ୟରେ ପ୍ରଥମେ ପ୍ରଭୁ ଗଜାନନଙ୍କୁ ହିଁ ପୂଜା କରାଯାଇଥାଏ । ଭଗବାନ ଗଣେଶଙ୍କୁ ବିଘ୍ନହରତା କୁହାଯାଇଥାଏ । କାରଣ କାର୍ଯ୍ୟ ଆରମ୍ଭରେ ପ୍ରଭୁ ଗଣେଶଙ୍କୁ ସ୍ମରଣ କଲେ ସମସ୍ତ ବିଘ୍ନ ହରଣ ହୋଇଥାଏ ବୋଲି ତାଙ୍କୁ ବିଘ୍ନହରତା ମଧ୍ୟ କୁହାଯାଇଥାଏ । ବମାନ୍ୟତା ରହିଛି ଭଗବାନଗଣେଶଙ୍କ ଉପାସନା କରିବା ଦ୍ୱାରା ସମସ୍ତ ପ୍ରକରେ ମନୋସ୍କାମନା ପୂରଣ ହୋଇଥାଏ । ଏଥିସହ ନିଷ୍ଠାର ସହ ଗଜାନନଙ୍‌କ ପୂଜା କରିବା ଦ୍ୱାରା ସମସ୍ତ ଦୁଃଖ-କଷ୍ଟ, ସମସ୍ୟା, ରୋଗ-ବ୍ୟାଧି ଏବଂ ଦାରିଦ୍ର‌୍ୟତା ମଧ୍ୟ ଦୂର ହୋଇଥାଏ । ତେବେ ଆସନ୍ତୁ ଜାଣିବା ଭଗବାନଗଣେଶଙ୍କୁ ପ୍ରସନ୍ନ କରିବା ପାଇଁ କିପରି ପୂଜା କରିବା ଉଚିତ୍ ।

ପ୍ରଭୁ ଗଣେଶଙ୍କୁ ପ୍ରସନ୍ନକରିବାର ସରଳ ଉପାୟ:
.ବୁଧବାର ଦିନ ଗଣପତିଙ୍କୁ ସିନ୍ଦୂର ଅର୍ପଣ କରିବା ଉତ୍ତମ ବୋଲି କୁହାଯାଇଥାଏ । ଉଲ୍ଲେଖ ରହିଛିଏହି ଦିନ ଭଗବାନ ଗଣେଶଙ୍କୁ ସିନ୍ଦୂର ଅର୍ପଣ କରିବା ଦ୍ୱାରା ସମସ୍ତ କଷ୍ଟରୁ ମୁକ୍ତି ମିଳିଥାଏ ।
.ସେହିଭଳି ବୁଧବାର ଦିନ ଗାଈକୁ ଘାସ ଖୁଆଇବା ମଧ୍ୟ ଲାଭକାରୀ ହୋଇଥାଏ । କୁହାଯାଇଥାଏ ଏପରି କରିବା ଦ୍ୱାରା ଗଜାନନଙ୍କ କୃପା ଲାଗି ରହିଥାଏ ।
.ଘିଅ ଭଗବାନ ଗଣେଶଙ୍କର ଅତ୍ୟନ୍ତ ପ୍ରିୟ । ଏହିକାରଣରୁ ଗଣପତିଙ୍କ ପୂଜା ସମୟରେ ଘିଅ ବ୍ୟବହାର କରିବା ଦ୍ୱାରା ଗଣେଶଙ୍କ ଆଶୀର୍ବାଦ ପ୍ରାପ୍ତ ହେବା ସହ ବୁଦ୍ଧି ମଧ୍ୟ ପ୍ରଖର ହୋଇଥାଏ ।
.ବୁଧବାର ଦିନ ଗଣେଶଙ୍କ ପୂଜା କରିବା ଦ୍ୱାରା ସୁଖ-ସୌଭାଗ୍ୟ ବୃଦ୍ଧି ହେବା ସହ ସମସ୍ତ ପ୍ରକାର ସମସ୍ୟା ଦୂର ହୋଇଯାଇଥାଏ ।

Lord-Ganpati

.ଜ୍ୟୋତିଷାଚାର୍ଯ୍ୟଙ୍କ କହିବାନୁଯାୟୀ ବୁଧ ଦୋଷରୁ ମୁକ୍ତି ପାଇବା ପାଇଁ ଗରିବ ଲୋକଙ୍କୁ ମୁଗ ଡାଲି ଦାନ କରନ୍ତୁ ।
.କୁହାଯାଇଥାଏ ବୁଧବାର ଦିନ ଭଗବାନ ଗଣେଶଙ୍କୁ ଲଡୁ ଭୋଗ କରିବା ସହ ଦୁବ ଅର୍ପଣ କରିବା ଦ୍ୱାରା ଧନ-ସମ୍ପତ୍ତି ବୃଦ୍ଧି ହୋଇଥାଏ ।
.ଏସବୁ ବ୍ୟତୀତ ଭଗବାନ ଗଣେଶଙ୍କ ପୂଜା କରିବା ସମୟରେ ଏହି ମନ୍ତ୍ର ଜପ କରନ୍ତୁ…
। । ବକ୍ରତୁଣ୍ଡ ମହାକାୟ ସୂର୍ଯ୍ୟକୋଟି ସମପ୍ରଭ
ନିର୍ବିଘ୍ନଂ କୁରୁମେଦେବ ସର୍ବକାର‌୍ୟେସୁ ସର୍ବଦା । ।

ଅନ୍ୟମାନଙ୍କୁ ଜଣାନ୍ତୁ।