You are currently viewing ୧୪ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣି

୧୪ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣି

  • Post category:ଓଡିଶା
  • Reading time:1 mins read

ଭୁବନେଶ୍ୱର, ୦୮/୦୯: ରାଜ୍ୟରେ ଆସନ୍ତା ୨୪ ଘଣ୍ଟାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏନେଇ ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣି ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ । ସୂନ୍ଦରଗଡ,କେନ୍ଦୁଝର,ମୟୁରଭଞ୍ଜ,ବାଲେଶ୍ୱର,ଭଦ୍ରକ,ଯାଜପୁର,କେନ୍ଦ୍ରାପଡ, ଜଗତସିଂହପୁର,ଅନୁଗୁଳ,ବୌଦ୍ଧ,ବଲାଙ୍ଗିର,ନୂଆପଡା ଓ ନବରଙ୍ଗପୁର ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ଓଡିଶା ଉପରେ ଥିବା ମନସୁନ ଟ୍ରାପ ଦକ୍ଷିଣ ଓଡିଶା ମୁହାଁ ହେଉଥିବା ବେଳେ ଉତ୍ତର ଓଡିଶାରେ ପ୍ରବଳ ବର୍ଷା ହେବାର ସମ୍ବାବନା ରହିଛି । ସେହିପରି ୯ ଓ ୧୦ ତାରିଖରୁ ବର୍ଷାର ପରିମାଣ ବଢିବ । ୧୧ ତାରିଖ ବେଳକୁ ପୁଣି ଏ ଲଘୁଚାପ ସୃଷ୍ଟି ହେବାର ଆକଳନ କରାଯାଇଛି । ୨୦ ଟି ଜିଲ୍ଲାରେ ମ୍ ବର୍ଷା ହୋଇଥିବା ବେଳେ ୨୭ ପ୍ରତିଶତ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଛି । ନିଅଣ୍ଟିଆ ବର୍ଷା ପାଇଁ ରାଜ୍ୟରେ ମରୁଡି ସ୍ଥିତି ଦେଖାଦେଇଛି । ସେପ୍ଟେମ୍ବର ମାସରେ ସୃଷ୍ଟି ହୋଇଥିବା ଲଘୁଚାପ ବର୍ଷାର ଅଭାବକୁ ପୂରଣ କରିବାର ସମ୍ଭାବନା ଥିବା ନେଇ ପାଣିପାଗ ବିଶେଷଜ୍ଞ କହିଛନ୍ତି । ସମୁଦ୍ର ଭିତରକୁ ମତ୍ସଜୀବୀଙ୍କୁ ବାରଣ କରାଯାଇଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।