You are currently viewing ଟ୍ରେନ ଆଗରେ ଛିଡା ହୋଇ ଆତ୍ମହତ୍ୟା କଲେ ଯୁବକ

ଟ୍ରେନ ଆଗରେ ଛିଡା ହୋଇ ଆତ୍ମହତ୍ୟା କଲେ ଯୁବକ

ହାଇଦ୍ରାବାଦ ୨୨/୧୧: ଟ୍ରେନ ଆଗରେ ଛିଡା ହୋଇ ଆତ୍ମହତ୍ୟା କଲେ ଯୁବକ । ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏପରି ଏକ ହୃଦୟ ଵିଦାରକ ଦୃଶ୍ୟ ଦେଖିଵାକୁ ମିଳିଛି ହାଇଦ୍ରାବାଦ ରେଳ ଷ୍ଟେସନରେ । ମୃତ ଯୁବକ ଜଣଙ୍କ ହେଲେ  ଵାଲେଶ୍ୱର ଜିଲ୍ଲା ଖଇରା ଥାନା ବଟେଶ୍ୱର ଗ୍ରାମର ୨୭ ବର୍ଷୀୟ ବୁଲୁ ବେହେରା । ଭିଡିଓ ଅନୁଯାୟୀ ବୁଲୁ ହାପ୍ ପ୍ୟାଣ୍ଟ ସାଙ୍ଗକୁ ହଳଦିଆ ରଙ୍ଗର ଟି ସାର୍ଟ  ପିନ୍ଧିଛନ୍ତି  କିନ୍ତୁ ହଠାତ୍ କ’ଣ ହେଲା କେଜାଣି,  ଆସୁଥିବା ଟ୍ରେନ ଟ୍ରାକ୍ ଉପରେ ଛିଡା ହୋଇ ପଡିଲେ।

ଗାଡିର ସାମ୍ନାକୁ ଛିଡା ହୋଇଥିବା ଜଣେ ଯୁବକଙ୍କୁ ଦେଖି ଟ୍ରେନ୍ ଡ୍ରାଇଭର ଗାଡିର ବ୍ରେକ୍ ମଧ୍ୟ ଲଗାଇଛନ୍ତି। କିନ୍ତୁ ହଠାତ୍ ଟ୍ରେନ ରହିଯିବ ତାହା ସମ୍ଭବ ନୁହେଁ। ପ୍ଲାଟଫର୍ମ ଉପରେ ଛିଡା ହୋଇଥିବା ଲୋକେ ପାଟି କରୁଥାନ୍ତି।  ଏହାରି ମଧ୍ୟରେ ଧକ୍କା ମାରି ଚାଲି ଯାଇଥିଲା ଟ୍ରେନ । ଆଉ ବଞ୍ଚି ନଥିଲା ଯୁବକ ଜଣକ । ସୂଚନା ଅନୁଯାୟୀ  ସେ ଗତ ଶୁକ୍ରବାର ଘରୁ ହାଇଦ୍ରାବାଦରେ ଥିବା ନିଜ ଦାଦାଙ୍କ ନିକଟକୁ ଯାଇଥିଲେ। ହେଲେ ଗତକାଲି ଅପରାହ୍ନରେ ସମୟରେ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଛନ୍ତି। ଖବର ପାଇ ବାପା ଓ ମା ହାଇଦ୍ରାବାଦ ଯାଇଛନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।