You are currently viewing କଂଗ୍ରେସ ଭବନରେ ପୋଲିସର ପ୍ରବେଶ ଓ ଦମନଲିଳା ବିରୁଦ୍ଧରେ ଯୁବ କଂଗ୍ରେସର ବିକ୍ଷୋଭ

କଂଗ୍ରେସ ଭବନରେ ପୋଲିସର ପ୍ରବେଶ ଓ ଦମନଲିଳା ବିରୁଦ୍ଧରେ ଯୁବ କଂଗ୍ରେସର ବିକ୍ଷୋଭ

ପୁରୀ(ଏଏନଏସ) ୧୩.୧୨.୨୦୨୧, ମମିତା ମେହେରକୁ ନ୍ୟାୟ ଦେବା ପାଇଁ, ରାଜ୍ୟ ଛାତ୍ର କଂଗ୍ରେସ ପକ୍ଷରୁ ଗତ ୧୦/୧୨/୨୦୨୧ ତାରିଖରେ ବିଧାନସଭା ଘେରାଉ ବେଳେ ରାଜ୍ୟ ପୋଲିସ  ରାଜ୍ୟ କଂଗ୍ରେସ କାର୍ଯ୍ୟାଳୟ ମଧ୍ୟରେ ପ୍ରବେଶ କରି ଛାତ୍ର କଂଗ୍ରେସ ପିଲାଙ୍କୁ ଅମାନୁଷିକ ଭାବେ ମାଡ ମାରିଥିବା କାରଣରୁ, ଆଜି ରାଜ୍ୟ ଯୁବ କଂଗ୍ରେସ ର ଆହ୍ୱାନ କ୍ରମେ ପୁରୀ ଜିଲ୍ଲା ଯୁବ କଂଗ୍ରେସ, ଛାତ୍ର କଂଗ୍ରେସ ପକ୍ଷରୁ ଇନ୍ଦିରା ଭବନ (ଜିଲ୍ଲା କଂଗ୍ରେସ କାର୍ଯ୍ୟଳୟ) ଠାରୁ ଏକ ପ୍ରତିବାଦ ଶୋଭାଯାତ୍ରା କଚେରି ଦେଈ ଏସ.ପି, ପୁରୀଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା । ଏହାର ପ୍ରତିବାଦ ସ୍ବରୂପ କଳଙ୍କିତ ପୋଲିସ ପ୍ରଶାସନର ପୋଷାକ ସଫା କରାଯିବା ସହ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କ ଉଦ୍ଦେଶ୍ୟ ରେ ଏକ ସ୍ମାରକପତ୍ର ଦିଆ ଯାଇଥିଲା ।


ଏହି ପ୍ରତିବାଦ ସଭାରେ AICC ସଭ୍ୟ ସୁଜିତ ମହାପାତ୍ରଙ୍କ ନେତୃତ୍ୱ ରେ ଯୁବ କଂଗ୍ରେସ ସଭାପତି ପ୍ରେମଜିତ୍ ମହାନ୍ତି, ଛାତ୍ର କଂଗ୍ରେସ ସଭାପତି ସତ୍ୟ ପ୍ରକାଶ ବରାଳ, ଅମରେନ୍ଦ୍ର ପାଇକରାୟ, ଚନ୍ଦ୍ର ଶେଖର କର ଙ୍କ ସହ ସହସ୍ରାଧିକ ଯୁବ କଂଗ୍ରେସ, ଛାତ୍ର କଂଗେସ କର୍ମୀ ଯୋଗ ଦେଇଥିଲେ।

ଅନ୍ୟମାନଙ୍କୁ ଜଣାନ୍ତୁ।