You are currently viewing ଜୁନ ୨୧ରୁ ୟୁଟ୍ୟୁବରେ ପାଠ ପଢିବେ ପ୍ରଥମରୁ ଅଷ୍ଟମ ଛାତ୍ରଛାତ୍ରୀ

ଜୁନ ୨୧ରୁ ୟୁଟ୍ୟୁବରେ ପାଠ ପଢିବେ ପ୍ରଥମରୁ ଅଷ୍ଟମ ଛାତ୍ରଛାତ୍ରୀ

ଭୁବନେଶ୍ୱର-୧୭.୦୬.୨୦୨୧, କରୋନା ମହାମାରୀ ସଂକ୍ରମଣ ଶିକ୍ଷାକ୍ଷେତ୍ରରେ ବିଶେଷ ପ୍ରଭାବ ପକାଇଛି । ସଂକ୍ରମଣ ପାଇଁ ରାଜ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି । ନିଜ ଘରେ ରହି ପାଠ ପଢ଼ୁଛନ୍ତି ଛାତ୍ରଛାତ୍ରୀ । କରୋନା ସଂକ୍ରମଣ ସଂପୂର୍ଣ୍ଣ କମିନଥିବାରୁ ଏବେ ଅନଲାଇନରେ ୟୁଟ୍ୟୁବ ମାଧ୍ୟମରେ ପାଠ ପଢ଼ାଯିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ଆସନ୍ତା ୨୧ ତାରିଖରୁ ଜୁଲାଇ ୨ ଯାଏଁ ୟୁଟ୍ୟୁବରେ ଲାଇଭ୍‌ କ୍ଲାସ୍‌ ମାଧ୍ୟମରେ ପାଠ ପଢ଼ିବେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ଛାତ୍ରଛାତ୍ରୀ। ଏନେଇ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖି ଜଣାଇଛନ୍ତି ରାଜ୍ୟ ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ଓସେପାର ପ୍ରକଳ୍ପ ନିର୍ଦ୍ଦେଶକ ଭୂପେନ୍ଦ୍ର ସିଂ ପୁନିଆ । ତେବେ ସକାଳ ୯ରୁ ୧୦ଟା ଯାଏଁ ଅଧ ଘଣ୍ଟାଏ ଲେଖାଏଁ ତିନୋଟା କ୍ଳାସ ହେଵ । ପ୍ରଥମରୁ ତୃତୀୟ ଶ୍ରେଣୀ ଯାଏ ଗଣିତ ଓ ଓଡ଼ିଆ ଭାଷା ବିଷୟରେ କ୍ଲାସ ହେବ ଏବଂ ଚତୁର୍ଥରୁ ଅଷ୍ଟମ ଯାଏଁ ଇଂରାଜୀ, ଗଣିତ ଓ ଓଡ଼ିଆ ଭାଷା ବିଷୟରେ ସକାଳ ୯ରୁ ୧୦.୩୦ପର୍ଯ୍ୟନ୍ତ କ୍ଲାସ ହେବ।

ପ୍ରଥମ ପର୍ଯ୍ୟାୟରେ ରାଜ୍ୟର ୮ଟି ଜିଲ୍ଲାରେ ୟୁଟ୍ୟୁବ କ୍ଲାସ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପ୍ରଥମ ପର୍ଯ୍ୟାୟରେ ଖୋର୍ଦ୍ଧା, କଟକ,ବଲାଙ୍ଗିର, କେନ୍ଦ୍ରାପଡା, ଗଞ୍ଜାମ, ପୁରୀ, ଢ଼େଙ୍କାନାଳ, ସୁନ୍ଦରଗଡ ଜିଲ୍ଲା ପାଇଁ ୟୁଟ୍ୟୁବ କ୍ଲାସ ହେବ ।

ଅନ୍ୟମାନଙ୍କୁ ଜଣାନ୍ତୁ।