You are currently viewing ସତ ହେବ କି ପୂର୍ବାନୁମାନ : ରାଜ୍ୟରେ କ୍ଷମତା ହରାଇପାରେ ବିଜେଡି

ସତ ହେବ କି ପୂର୍ବାନୁମାନ : ରାଜ୍ୟରେ କ୍ଷମତା ହରାଇପାରେ ବିଜେଡି

ଏଏନଏସ:ସତ ହେବ କି ପୂର୍ବାନୁମାନ । ଗଣତନ୍ତ୍ରର ମହାକୁମ୍ଭ ଅନ୍ତିମ ପ୍ରର୍ଯ୍ୟାୟରେ ପହଞ୍ଚିଛି । ଜୁନ ୪ତାରିଖରେ ଭୋଟ ଗଣତି ପରେ ନିର୍ବାଚନ ପ୍ରକ୍ରିୟା ଅନ୍ତିମ ପ୍ରର୍ଯ୍ୟାୟରେ ପହଞ୍ଚିବ । ବୁଥ ଫେରନ୍ତା ମତ ଅନୁଯାଇ ଦେଶରେ ମୋଦି ସୁନାମି ଅପରିବର୍ତ୍ତିତ ରହିଛି। ନରେନ୍ଦ୍ର ମୋଦି ଦେଶରେ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବାକୁ ଯାଉଥିବା ପ୍ରାକ୍ ଆକଳନରୁ ଜଣାପଡିଛି। ସେହିଭଳି ରାଜ୍ୟରେ ଷଷ୍ଠ ଥର ପାଇଁ ନବୀନ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀ ସ୍ୱପ୍ନ ସାକାର ହୋଇନପାରେ ବୋଲି ବୁଥ ଫେରନ୍ତା ଭୋଟରଙ୍କ ମତରୁ ଜଣାପଡିଛି । ଯଦି ପ୍ରାକ୍ ଆକଳନ ସତ ହୁଏ ତେବେ ବିଧାନସଭାରେ ବିଜେପି ୭୮ରୁ ୯୦ଆସନ ଜିତିପାରେ। ସେହିପରି ଶାସକ ବିଜୁ ଜନତା ଦଳକୁ ୪୬ରୁ ୫୯ ଆସନ ମିଳିବାର ସମ୍ଭାବନା ରହିଛି। ବିଜେପିର ଭୋଟ ପ୍ରତିଶତ ୪୨.୦୪ରେ ପହଞ୍ଚିଛି। ବିଧାନସଭାରେ ପୂର୍ଣ୍ଣ ବହୁମତ ସହ ବିଜେପି ରାଜ୍ୟରେ ସରକାର ଗଠନ କରିବାର ସମ୍ଭାବନା ଥିବା ଜଣାପଡିଛି। ସେହିପରି ଲୋକସଭାରେ ବିଜେପିକୁ ୧୩ରୁ ୧୫ଆସନ ମିଳିବାକୁ ଥିବା ବେଳେ ବିଜେଡିକୁ ୪ ରୁ ୫ ଓ କଂଗ୍ରେସକୁ ଏକ ମାତ୍ର ଆସନ ମିଳିବାର ଆକଳନ କରାଯାଇଛି । ତେବେ ଏହି ଆକଳନ ଦେଶର ବଡ ବଡ ଗଣମାଧ୍ୟମ ସଂସ୍ଥା ମାନେ କରିଥିବା ବେଳେ ଏହା କେତେ ଦୂର ସତ୍ୟ ହେବ ତାହା ଗଣତି ପରେ ଜଣାପଡିବ ।

ଅନ୍ୟମାନଙ୍କୁ ଜଣାନ୍ତୁ।