congress bhawan

ଆଗୁଆ ଟିକେଟ ଦେବା ପାଇଁ କଂଗ୍ରେସର ପ୍ରଦେଶ ନିର୍ବାଚନ କମିଟି ବୈଠକ 

ଏଏନଏସ: ରାଜ୍ୟ କଂଗ୍ରେସର ଟିକେଟ ଦେବା ପାଇଁ ଆଜି କଂଗ୍ରେସର ବୈଠକ ବସିଛି। ଓଡ଼ିଶା ପ୍ରଦେଶ ନିର୍ବାଚନ କମିଟି(ପିଇସି) ବୈଠକରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସମେତ ପ୍ରଦେଶ ନିର୍ବାଚନ କମିଟିର ୨୩ ଜଣ ସଦସ୍ୟ ଉପସ୍ଥିତ ଅଛନ୍ତି। ପ୍ରଗମନ ଆପରେ ଟିକେଟ ଆବେଦନ କରିଥିବା ପ୍ରାର୍ଥୀଙ୍କୁ ନେଇ ବୈଠକରେ ଆଲୋଚନା କରାଯିବ ଓ ଏହାପରେ ସ୍କ୍ରିନିଂ କମିଟିକୁ ପ୍ରାର୍ଥୀଙ୍କ ତାଲିକା ପଠାଯିବ ବୋଲି ଜଣାଯାଇଛି।

ସୂଚନାଯୋଗ୍ୟ, ପ୍ରଗମନ ଆପରେ ବିଧାୟକ ପାଇଁ ୩୦୦୦ ଓ ସାଂସଦ ପାଇଁ ୭୦୦ଜଣ ଆଶାୟୀ ଆବେଦନ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ୭୦ଟି ଆସନ ଲାଗି ଟିକେଟ ଘୋଷଣା କରିବ କଂଗ୍ରେସ। ମାର୍ଚ୍ଚ ପହିଲା ସୁଦ୍ଧା ପ୍ରଥମ ପର୍ଯାୟ ଟିକେଟ ଘୋଷଣା ହେବ ବୋଲି ଜଣାଯାଇଛି।

ଅନ୍ୟମାନଙ୍କୁ ଜଣାନ୍ତୁ।