You are currently viewing ନିର୍ବାଚନ ଲଢ଼ିବେ ପିଭି ସିନ୍ଧୁ

ନିର୍ବାଚନ ଲଢ଼ିବେ ପିଭି ସିନ୍ଧୁ

ନୂଆଦିଲ୍ଲୀ-୨୩.୧୧.୨୦୨୧, ନିର୍ବାଚନ ଲଢ଼ିବେ ପିଭି ସିନ୍ଧୁ । ଆସନ୍ତା ଡିସେମ୍ବର ୧୭ ତାରିଖରେ ରାଜନୀତି ମଇଦାନରେ ପାଦ ରଖିବେ ପି ଭି ସିନ୍ଧୁ । ଡିସେମ୍ବର ୧୭ ତାରିଖରେ ସ୍ପେନରେ ହେବାକୁଥିବା ବିଶ୍ୱ ଚାମ୍ପିୟନଶିପରେ ବିଡବ୍ଲ୍ୟୁଏଫ୍ ଆଥଲେଟ୍ କମିଶନର ନିର୍ବାଚନ ଲଢ଼ିବେ। ବର୍ତ୍ତମାନ ସିିନ୍ଧୁ ଇଣ୍ଡୋନେସିଆ ଓପନ ମାଷ୍ଟର୍ସରେ ଅଂଶଗ୍ରହଣ କରୁଛନ୍ତି । ସମୁଦାୟ ୬ ଜଣ ଖେଳାଳି ଏହି ନିର୍ବାଚନରେ ଅଂଶଗ୍ରହଣ କରିବାକୁ ଯାଉଛନ୍ତି । ଏହି ଆଥଲେଟିକ ଆୟୋଗ ୨୦୨୧ରୁ ୨୦୨୫ ଯାଏଁ କାମ କରିବ ବୋଲି ଜଣାପଡିଛି ।
ବର୍ତ୍ତମାନ ଖେଳାଳିଙ୍କ ମଧ୍ୟରେ ସିନ୍ଧୁ ଦ୍ୱିତୀୟଥର ଏହି ନିର୍ବାଚନ ଲଢ଼ିବେ। ତାଙ୍କୁ ୨୦୧୭ରେ ପ୍ରଥମଥର ଲାଗି ଚୟନ କରାଯାଇଥିଲା। ସିନ୍ଧୁ ଏଥର ଅନ୍ୟ ୬ ମହିଳା ପ୍ରତିନିଧିଙ୍କ ମଧ୍ୟରେ ରହିଛନ୍ତି। ସିନ୍ଧୁଙ୍କ ସହ ଟୋକିଓ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିବା ଇଣ୍ଡୋନେସିଆର ମହିଳା ଡବଲ୍ସ ଖେଳାଳି ଗ୍ରେସିଆ ପୋଲି ମଧ୍ୟ ରହିଛନ୍ତି।

ସୂଚନାଯୋଗ୍ୟ ଯେ, ୨୦୧୯ରେ ବିଶ୍ୱ ଚାମ୍ପିୟନଶିପ୍ ବିଜୟିନୀ ସିନ୍ଧୁ ରିଓ ୨୦୧୬ରେ ରୌପ୍ୟ ଏବଂ ଟୋକିଓ ୨୦୨୦ରେ କାଂସ୍ୟ ପଦକ ଜିତିଥିଲେ । ଦୁଇଟି ଅଲିମ୍ପିକ୍ସ ପଦକ ଜିତିବାରେ ସିନ୍ଧୁ ପ୍ରଥମ ଭାରତୀୟ ମହିଳା ପାଲଟିଥିଲେ ।ନନିକଟରେ ତାଙ୍କୁ ଭାରତର ତୃତୀୟ ସର୍ବୋଚ୍ଚ ସମ୍ମାନ ପଦ୍ମ ଭୂଷଣରେ ସମ୍ମାନିତ କରାଯାଇଥିଲା ।

ଅନ୍ୟମାନଙ୍କୁ ଜଣାନ୍ତୁ।