nabin

ପ୍ୟାରୀମୋହନ, ପାଣ୍ଡିୟାନ ଓ ଏହାପରେ କିଏ ? 

ଭୁବନେଶ୍ୱର: ବିଜୁ ଜନତା ଦଳ ନାମରେ ଏକ ଆଂଚଳିକ ଦଳ ଗଠନ ହେବା ପରେ ଏହାର ନିରବଛିନ ଭାବରେ ନେତୃତ୍ୱ ନେଇ ଆସୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୨ ହଜାର ମସିହା ପରଠାରୁ ବିଜେଡିର  ସଭାପତି ଓ ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରି ଆସୁଛନ୍ତି ନବୀନ ପଟ୍ଟନାୟକ । ୨ ହଜାର ମସିହା ପରେ ଦଳ କ୍ଷମତାକୁ ଆସିବା ପରେ ବରିଷ୍ଠ ପ୍ରଶାସକ ପ୍ୟାରୀମୋହନ ମହାପାତ୍ର ଦଳର ତଥା ମୁଖ୍ୟମନ୍ତ୍ରୀଙ୍କ ମାର୍ଗ ଦର୍ଶକ ବୋଲି ରାଜ୍ୟ ଜନସାଧାରଣଙ୍କ ମଧ୍ୟରେ ଆଲୋଚନା ହେଉଥିଲା। ଦଳକୁ ସୄଖଳିତ ଭାବେ ଚଳାଇବା ସରକାରଙ୍କ ଉପରେ ପ୍ରଭାବ ବିସ୍ତାର କରି ବିଭିନ୍ନ ପ୍ରକାର ଲୋକାଭିମୁଖୀ ଯୋଜନା କରାଇବାରେ ସଫଳ ହୋଇଥିଲେ ପ୍ୟାରୀ ମହାପାତ୍ର। ପରବର୍ତ୍ତୀ କ୍ରମେ ତାଙ୍କ ଦେହାନ୍ତ ପରେ ଓଡ଼ିଶା କ୍ୟାଡ଼ର ର ଆଇଏସ ଅଧିକାରୀ ଭି.କେ ପାଣ୍ଡିୟାନ ତାଙ୍କ ସ୍ଥାନ ପୁରଣ କରିଥିଲେ। ଏହାପରେ ପରିସ୍ଥିତି ଏପରି ହେଲା ଦଳ ଓ ସରକାରରେ ନିଜର ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିବାରେ ପାଣ୍ଡିୟାନ ସକ୍ଷମ ହୋଇପାରିଲେ। ବିଜେଡିର ସର୍ବମୟ କର୍ତ୍ତା ମୁଖ୍ୟମନ୍ତ୍ରୀ ନଵୀନ ପଟ୍ଟନାୟକଙ୍କ ପରେ ତାଙ୍କ ସ୍ଥାନ ୨ନଂ ରେ ରହିଲା। ମାତ୍ର ଏବେ ଏଥିରେ ପରିବର୍ତ୍ତନ ହୋଇଛି।

ଭି.କେ ପାଣ୍ଡିୟାନ ତାଙ୍କ ସରକାରୀ ଚାକିରିରୁ ସ୍ବେଛାକୃତ ଅବସର ନେଇ ରାଜ୍ୟ ରାଜନୀତିରେ ଆଲୋଡନ ସୃଷ୍ଟି କରିଛନ୍ତି। ସଚିବ ଅବସର ଗ୍ରହଣ କରିବା ପରେ ମୁଖ୍ୟମନ୍ତ୍ରୀଙ୍କ ପରବର୍ତ୍ତୀ ବ୍ୟକ୍ତିଗତ ସଚିବ କିଏ ହେବ ତାହାକୁ ନେଇ କ୍ଷମତା ଅଳିନ୍ଦ ଓ ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ତେବେ ଦେଖିବାକୁ ବାକି ରହିଲା 2024 ମସିହାରେ ରାଜ୍ୟରେ ସାଧାରଣ ନିର୍ବାଚନ ହେବାକୁ ଯାଉଥିବା ବେଳେ ଏହି ଗୁରୁତ୍ୱପୂର୍ଣ୍ଣ ପଦବୀରେ ମୁଖ୍ୟମନ୍ତ୍ରୀ କାହାକୁ ନିଯୁକ୍ତି ଦେବେ।

 

ଅନ୍ୟମାନଙ୍କୁ ଜଣାନ୍ତୁ।