You are currently viewing ଅଟା ଆଣିଦେଇପାରେ ଆର୍ଥିକ ସମସ୍ୟା

ଅଟା ଆଣିଦେଇପାରେ ଆର୍ଥିକ ସମସ୍ୟା

ପ୍ରତ୍ୟେକଙ୍କ ଘରେ ପ୍ରତିଦିନ ଅଟା ନିଶ୍ଚିତ ଚକଟା ଯାଉଥିବ । କିନ୍ତୁ ଅଟା ଚକଟିବା ବେଳେ କିଛି ଭୁଲ ଆପଣଙ୍କ ଜୀବନରେ ଖରାପ ଏବଂ ଅଶୁଭ ପ୍ରଭାବ ପକାଇଥାଏ ବୋଲି ବହୁତ କମ୍‌ ଲୋକେ ଜାଣିଛନ୍ତି। ସାଧାରଣତଃ ଲଞ୍ଚ୍‌ କିମ୍ବା ଡିନର ପାଇଁ ରୁଟି ତିଆରି କରିବା ସମୟରେ ଅନେକ ବାର ଆବଶ୍ୟକତା ଠାରୁ ଅଧିକ ଅଟା ଚକଟି ହୋଇଯାଏ। ଏହି ଅଟା ଚକଟାକୁ ଅନେକ ମହିଳା ପରଦିନ ରୁଟି ତିଆରି ପାଇଁ ଫ୍ରିଜ୍‌ରେ ଷ୍ଟୋର୍‌ କରି ରଖି ଦିଅନ୍ତି। ଅଟା ଚକଟାକୁ ଅଧିକ ଦିନ ପର୍ଯ୍ୟନ୍ତ ଷ୍ଟୋର୍‌ କରିବେ ନାହିଁ। ୨୪ ଘଣ୍ଟାର ପୁରୁଣା ଅଟା ଚକଟାକୁ ବିଲ୍‌କୁଲ ବ୍ୟବହାର କରନ୍ତୁ ନାହିଁ। ଅଟା ଚକଟିବା ସମୟରେ ଅଜାଣରେ ହେଉଥିବା ଭୁଲ୍‌ ଯୋଗୁଁ ସଂପୂର୍ଣ୍ଣ ପରିବାରର ଆର୍ଥିକ ସ୍ଥିତି, ଉନ୍ନତି, ସ୍ୱାସ୍ଥ୍ୟ, ବୈବାହିକ ଜୀବନରେ ନକାରାତ୍ମକ ପ୍ରଭାବ ପଡିଥାଏ। ଜ୍ୟୋତିଷ ଶାସ୍ତ୍ର ଏବଂ ବାସ୍ତୁ ଶାସ୍ତ୍ରରେ କୁହାଯାଇଥିବା କାରଣ ବ୍ୟତୀତ କିଛି ବୈଜ୍ଞାନିକ କାରଣ ମଧ୍ୟ ଏଥିପାଇଁ ଦାୟୀ ରହିଥାଏ। ତେବେ ଅଟା ଚକଟିବା ସମୟରେ କେଉଁ ବିଷୟ ପ୍ରତି ଧ୍ୟାନ ଦେବା ଜରୁରୀ।

ଅଟା ସବୁବେଳେ ଯେତିକି ଦରକାର ସେତିକି ଚକଟନ୍ତୁ। ବଳକା ଅଟା ଚକଟା ଫ୍ରିଜରେ ରଖି ବ୍ୟବହାର କରିବା ଦ୍ୱାରା କ୍ୟାନସର ଭଳି ରୋଗ ସମସ୍ୟା ଆଣିପାରେ।

ସେହିପରି ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବଳକା ଅଟା ଚକଟା ଘରର ଉନ୍ନତିରେ ବାଧା ଆଣିଥାଏ। ଅଧିକ ସମୟଧରି ଅଟା ଚକଟି ରଖନ୍ତୁ ନାହିଁ। ଏମିତି କରିବା ଦ୍ୱାରା ଘରେ ନକାରାତ୍ମକ ଉର୍ଜା ବଢିଥାଏ।

ଅଟା ଚକଟି ସାରିବା ପରେ ଗୋଳା ବନାଇବା ସମୟରେ ସେଥିରେ ଆଙ୍ଗୁଠି ଛାପ ଛାଡିଦିଅନ୍ତୁ। ଏହା ପଛରେ ଗୁରୁତ୍ୱପୂର୍ଣ୍ଣ କାରଣ ରହିଛି। ଅଟା ଗୋଳା ପିତୃପୁରୁଷଙ୍କୁ ପିଣ୍ଡଦାନ କରିବା ସମୟରେ ବ୍ୟବହାର କରାଯାଏ । ତେଣୁ ଏଥରୁ ପ୍ରସ୍ତୁତ ରୁଟି ଖାଇବା ଦ୍ୱାରା ପିତୃଦୋଷ ଲାଗି ରହିଥାଏ।

ସବୁବେଳେ ଗାଧେଇବା ପରେ ଅଟା ଚକଟନ୍ତୁ। ଅଟା ଚକଟିବା ସମୟରେ ତମ୍ବା ପାତ୍ରରେ ପାଣି ନିଅନ୍ତୁ। ତମ୍ବା ପାତ୍ରରେ ଠାକୁରଙ୍କୁ ଭୋଗ ଲାଗିଥାଏ। ତେଣୁ ଅଟା ଚକଟିବା ସମୟରେ ଯଦି ପାଣି ଦରକାର ହୁଏ, ତେବେ ତମ୍ବା ପାତ୍ରରେ ନେଇ ଦେବା ଦ୍ୱାରା ଘରେ ଉନ୍ନତି ଏବଂ ପରିବାର ଲୋକଙ୍କ ସ୍ୱାସ୍ଥ୍ୟ ଭଲ ରୁହେ।

ଅଟା ଚକଟି ସାରିବା ପରେ ବଳକା ପାଣିକୁ ଗଛ ମୂଳେ ଢାଳି ଦିଅନ୍ତୁ କିମ୍ବା ଅନ୍ୟ କାମରେ ବ୍ୟବହାର କରନ୍ତୁ। ଏହାକୁ ଫୋପାଡନ୍ତୁ ନାହିଁ।

ଅନ୍ୟମାନଙ୍କୁ ଜଣାନ୍ତୁ।