parikrama

ଏପରି କରନ୍ତୁ ମନ୍ଦିର ପରିକ୍ରମା, ପୂରଣ ହେବ ମନୋକାମନା 

ସନାତନ ଧର୍ମରେ ମନ୍ଦିର ଅତ୍ୟନ୍ତ ପବିତ୍ର ସ୍ଥାନ ବୋଲି ବିବେଚନା କରାଯାଏ । ଏହି କାରଣରୁ କେତେକ ଲୋକ ପ୍ରତିଦିନ ମନ୍ଦିରକୁ ଯାଆନ୍ତି । ସେହିଭଳି ମନ୍ଦିର ଯିବା ପଛରେ ଭଗବାନ ଶୀଘ୍ର ମନୋକାମାନା ପୂରଣ କରିଥାନ୍ତି ବୋଲି ମଧ୍ୟ ଉଦ୍ଦେଶ୍ୟ ରହିଥାଏ । କୁହାଯାଏ ମନ୍ଦିର ଯିବା ଦ୍ୱାରା ମନ ଶୁଦ୍ଧ ରହିଥାଏ । କେବଳ ମନର ଶୁଦ୍ଧତା ଦ୍ୱାରା ଜଣେ ଭଲ କାମ କରିପାରିବେ । ପ୍ରାୟତଃ ଲୋକମାନେ ମନ୍ଦିରକୁ ଯାଇ ପ୍ରଭୁଙ୍କ ଦର୍ଶନ ସହିତ ପରିକ୍ରମା କରିଥାନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ମନ୍ଦିର ପରିକ୍ରମା ସମୟରେ କେଉଁ ମନ୍ତ୍ର ପାଠ କଲେ ମନୋସ୍କାମନା ପୂରଣ ହୋଇଥାଏ ? ଯଦି ଆପଣ ଜାଣିନାହାନ୍ତି ତେବେ ଆଜି ଆମେ ଆପଣଙ୍କୁ ଏହି ସମ୍ପର୍କରେ ଜଣାଇବୁ | 

ଇଷ୍ଟ ଦେବାଦେବୀଙ୍କ ମନ୍ତ୍ର

ମନ୍ଦିର ଚାରିପାଖରେ ପରିକ୍ରମା କରିବାର ପଦ୍ଧତି ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି । ମନ୍ଦିର ପରିକ୍ରମା କରିବା ସମୟରେ ଭକ୍ତମାନେ ମଧ୍ୟ ମନ୍ତ୍ର ଜପ କରିଥାନ୍ତି । ଧର୍ମ ଶାସ୍ତ୍ର ବିଶେଷଜ୍ଞଙ୍କ ଅନୁଯାୟୀ ମନ୍ଦିର ଚାରିପାଖରେ ପରିକ୍ରମା କରିବା ସମୟରେ ସେଠାରେ ଥିବା ଦେବୀ-ଦେବତାଙ୍କ ସହ ଜଡିତ ମନ୍ତ୍ର ଜପ କରିବା ଉଚିତ୍ । ଏହା ବ୍ୟତୀତ, ଭକ୍ତମାନେ ନିଜର ଇଷ୍ଟ ଦେବୀ-ଦେବତାଙ୍କ ସହ ଜଡିତ ମନ୍ତ୍ର ଜପ କରିବା ଉଚିତ୍, ଯାହାକୁ ସେମାନେ ସେମାନଙ୍କର ପ୍ରିୟ ବୋଲି ଭାବନ୍ତି । ଏହାର ଅର୍ଥ ଭକ୍ତମାନେ ମନ୍ଦିର ପରିକ୍ରମା କରିବା ସମୟରେ ସେମାନଙ୍କର ପ୍ରିୟ ମନ୍ତ୍ର ଜପ କରିପାରିବେ । ଭକ୍ତମାନେ ଯେତେ ଅଧିକ ମନ୍ତ୍ର ଜପ କରିବେ, ସେତେ ଅଧିକ ଜୀବନରେ ଲାଭ ପାଇବେ ।

m1କୁଳ-ଦେବା-ଦେବୀଙ୍କର ମନ୍ତ୍ର

ଧର୍ମ ଶାସ୍ତ୍ର ବିଶେଷଜ୍ଞଙ୍କ ଅନୁଯାୟୀ ମନ୍ଦିର ପରିକ୍ରମା କରିବା ସମୟରେ ପାରିବାରିକ କୁଳ-ଦେବା-ଦେବୀଙ୍କ ସହ ଜଡିତ ମନ୍ତ୍ର ଜପ କରିବା ଭଲ । ଏପରି କରିବା ଦ୍ୱାରା ମନୋସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି।

ମନ୍ଦିର ପରିକ୍ରମା କରିବାର ସଠିକ୍ ଉପାୟ

ପ୍ରାୟତଃ ଲୋକମାନେ ମନ୍ଦିର ପରିକ୍ରମା କରିବା ସଠିକ୍ ଉପାୟକୁ ନେଇ ଦ୍ୱନ୍ଦ୍ୱରେ ରହିଥାନ୍ତି । ଏନେଇ ଧର୍ମ ଶାସ୍ତ୍ର ବିଶେଷଜ୍ଞ କହିଛନ୍ତି, ମନ୍ଦିରର ପରିକ୍ରମା ସର୍ବଦା ବାମ ପାର୍ଶ୍ୱରୁ ଆରମ୍ଭ ହେବା ଉଚିତ୍ ।  ଯେପରି ଗୋଟିଏ ଘଣ୍ଟାର କଣ୍ଟା ଚାଲିଥାଏ । ଏହିପରି ଭାବେ ମନ୍ଦିରର ଚତୁଃପାର୍ଶ୍ୱ ପରିକ୍ରମା କରିବା ଦ୍ୱାରା ସମସ୍ତ ମନୋସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି | 

ଅନ୍ୟମାନଙ୍କୁ ଜଣାନ୍ତୁ।