You are currently viewing ଘରେ କରନ୍ତୁ ଏହି ସବୁ କାର୍ଯ୍ୟ, କେବେ ବି ହେବ ନାହିଁ ଧନର ଅଭାବ

ଘରେ କରନ୍ତୁ ଏହି ସବୁ କାର୍ଯ୍ୟ, କେବେ ବି ହେବ ନାହିଁ ଧନର ଅଭାବ

ଜୀବନରେ ସଫଳ ଓ ଧନୀ ହେବାକୁ ହେଲେ ବ୍ୟକ୍ତିକୁ କଠିନ ପରିଶ୍ରମ କରିବାକୁ ପଡିଥାଏ | ହେଲେ କେବେ କେବେ ସବୁ ପ୍ରକାର ପ୍ରଚେଷ୍ଟା ସତ୍ୱେ ବ୍ୟକ୍ତି ସଫଳତା ପାଇ ନଥାନ୍ତି |

କାରଣ କୁଣ୍ଡଳୀରେ ଗ୍ରହ ସ୍ଥିତି ଖରାପ ହେବା କାରଣରୁ ବ୍ୟକ୍ତିର ଭାଗ୍ୟ ସାଥ ଦେଇ ନଥାଏ | ଏନେଇ ଜ୍ୟୋତିଷ ଶାସ୍ତ୍ର ଅନୁଯାଇ ସଫଳତା ପାଇବା ପାଇଁ ସର୍ବଦା ମା’ ଲକ୍ଷ୍ମୀଙ୍କ ସହ ଭଗବାନ ବିଷ୍ଣୁଙ୍କ କୃପା ରହିବା ଦରକାର | ତେଣୁ ମା’ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ କିଛି ଖାସ ଉପାୟ ପାଳନ କରିବା ଜରୁରୀ  | ତେବେ ଆସନ୍ତୁ ଜାଣିବା କ’ଣ ସେହି ଉପାୟ |

– ମା’ ଲକ୍ଷ୍ମୀଙ୍କ କୃପା ପାଇବା ପାଇଁ ଏକ ଗୁଆକୁ ପୂଜା ଘରେ ରଖି ଏଥିରେ ଫୁଲ, କୁଙ୍କୁମ ଓ ଅକ୍ଷତ ଦେଇ ବିଧି ବିଧାନର ସହ ପୂଜା କରନ୍ତୁ |     ଏବଂ ମା’ ଲକ୍ଷ୍ମୀଙ୍କ ସମ୍ମୁଖରେ ନିଜ ମନ କଥା କୁହନ୍ତୁ ଓ ପୂଜା ହୋଇଥିବା ଗୁଆକୁ ଆଲମିରାରେ ରଖନ୍ତୁ।

– ଜ୍ୟୋତିଷ ଶାସ୍ତ୍ର ଅନୁଯାଇ ମା’ ଲକ୍ଷ୍ମୀଙ୍କ ପୂଜା କରିବା ସମୟରେ ହଳଦିଆ ରଙ୍ଗର କଉଡିକୁ ବ୍ୟବହାର କରନ୍ତୁ | ଏମିତି କରିବା ଦ୍ୱାରା ମା’ ଲକ୍ଷ୍ମୀଙ୍କ କୃପା ଲାଗି ରହିବା ସହ ଧନ ବୃଦ୍ଧି ହୋଇଥାଏ |

– ସେହିପରି ନିୟମିତ ଭାବେ ତୁଳସୀ ମାତାଙ୍କ ଆଗରେ ଘିଅ ଦୀପ ଜଳାନ୍ତୁ | ମାନ୍ୟତା ରହିଛି ତୁଳସୀ ବୃକ୍ଷରେ ମା’ ଲକ୍ଷ୍ମୀଙ୍କ ବାସ ହୋଇଥାଏ | ଏମିତି କରିବା ଦ୍ୱାରା ଭଗବାନ ବିଷ୍ଣୁଙ୍କ କୃପା ମଧ୍ୟ ମିଳିଥାଏ |

– ଏଥିସହ ଶୁକ୍ରବାର ଦିନ ମା’ ଲକ୍ଷ୍ମୀଙ୍କୁ ଶଙ୍ଖ,ପଦ୍ମ ଫୁଲ ଓ କୌଡୀ ଆଦି ଅର୍ପଣ କରନ୍ତୁ | ଏପରି କରିବା ଦ୍ୱାରା ମା’ ଲକ୍ଷ୍ମୀଙ୍କ କୃପା ଲାଗି ରହିବା ସହ ମା’ ଲକ୍ଷ୍ମୀ ଶୀଘ୍ର ପ୍ରସନ୍ନ ହେବେ |

ଅନ୍ୟମାନଙ୍କୁ ଜଣାନ୍ତୁ।