You are currently viewing ଜାଣନ୍ତୁ କାହିଁକି ଖରମାସରେ ଶୁଭକାର୍ଯ୍ୟ କରାଯାଏ ନାହିଁ?

ଜାଣନ୍ତୁ କାହିଁକି ଖରମାସରେ ଶୁଭକାର୍ଯ୍ୟ କରାଯାଏ ନାହିଁ?

ବୃହସ୍ପତିର ଧନୁ ରାଶିରେ ସୂର୍ଯ୍ୟଙ୍କ ଗମନାଗମନ ଦ୍ୱାରା ଖରମାସ ଆରମ୍ଭ ହୋଇଥାଏ । ଯାହା ମକର ସଂକ୍ରାନ୍ତି ପର୍ଯ୍ୟନ୍ତ ରହିଥାଏ ।  ଏହି ସମୟରେ କୌଣସି ପ୍ରକାରର ମାଙ୍ଗଳିକ କାର୍ଯ୍ୟ  ଯେପରି ବିବାହ ଉତ୍ସବ କରିବା ଅନୁଚିତ ।  କାରଣ ଖରମାସକୁ ଅଶୁଭ ବୋଲି ବିବେଚନା କରାଯାଏ । ତେବେ ଆସନ୍ତୁ ଜାଣିବା ଖରମାସର ପୌରାଣିକ କଥା ବିଷୟରେ –

ପୁରାଣ ଅନୁଯାୟୀ, ଥରେ ସୂର୍ଯ୍ୟ  ଭଗବାନ ସାତୋଟି ଘୋଡାର ରଥରେ ବ୍ରହ୍ମାଣ୍ଡ ପରିକ୍ରମା କରୁଥିଲେ ।  ତା’ପରେ ତାଙ୍କ ରଥରେ ଥିବା ଘୋଡାମାନେ କ୍ରମାଗତ ଚାଲିବା ହେତୁ ବହୁତ କ୍ଲାନ୍ତ ହୋଇଯାଇଥିଲେ ଏବଂ ସମସ୍ତ ଘୋଡା ଶୋଷରେ ବ୍ୟାକୁଳ ହେଉଥିଲେ । ଘୋଡାମାନଙ୍କର ଏହି ଅବସ୍ଥା ଦେଖି ସୂର୍ଯ୍ୟ ଭଗବାନ ବହୁତ ଦୁଃଖିତ ହୋଇପଡିଥିଲେ ଏବଂ  ଚିନ୍ତା କରିବାକୁ ଲାଗିଲେ । ବାଟରେ ସେ ଏକ ପୋଖରୀ ଦେଖିଲେ ଯେଉଁଠାରେ ଦୁଇଟି ଖର ଯଥା  ଗଧ ଛିଡା ହୋଇଥିଲେ । ପ୍ରଭୁ ନାରାୟଣ ଶୋଷରେ ବ୍ୟାକୁଳ ହେଉଥିବା ଘୋଡାକୁ ମୁକ୍ତ କରିବା ପାଇଁ  ସେମାନଙ୍କୁ ଖୋଲି ଦେଇ  ଦୁଇଟି ଗଧଙ୍କୁ ରଥରେ ବାନ୍ଧି ଦେଇଥିଲେ ।  କିନ୍ତୁ ଗଧର ବେଗ ଧିର ହେବାରୁ  ରଥର ଗତି ମଧ୍ୟ ମନ୍ଥର ହୋଇଯାଇଥିଲା । ତଥାପି, ସେ କୌଣସି ପ୍ରକାରେ ଗୋଟିଏ ମାସର ଚକ୍ର ସମାପ୍ତ  କରିଥିଲେ ।

ଏହି କାରଣରୁ ଏହି ମାସକୁ ଖରମାସ ନାମରେ ରଖାଯାଇଛି । ଏହି ପ୍ରକାରରେ ପୂରା ପୌଷମାସରେ ଗଧ ନିଜର ଧିର ଗତି ଭ୍ରମଣ କରନ୍ତି ଏବଂ ଏସି ମାସରେ ସୂର୍ଯ୍ୟଙ୍କର ତ୍ରୀବତା ବହୁ ଦୁର୍ବଳ ହୋଇ ପଡିଥାଏ ।  ପୌଷର ମାସରେ  ପୃଥିବୀର ଉତ୍ତର ଗୋଲାର୍ଦ୍ଧରେ ସୂର୍ଯ୍ୟଙ୍କର ପ୍ରଭାବ ଦୁର୍ବଳ  ହୋଇଯାଇଥାଏ । ସନାତନ ଧର୍ମ ଅନୁଯାୟୀ  ସୂର୍ଯ୍ୟଙ୍କୁ ଗୁରୁତ୍ୱପୂର୍ଣ୍ଣ କାରକ ଗ୍ରହ ଭାବରେ  ବିବେଚନା କରାଯାଏ  ତେଣୁ  ସୂର୍ଯ୍ୟଙ୍କର ଦୁର୍ବଳ ସ୍ଥିତିକୁ ଅଶୁଭ ବିବେଚନା କରାଯାଏ । ଏଥିପାଇଁ  ଖରମାସରେ କୌଣସି ପ୍ରକାରର ଶୁଭ କାମ ନିଷେଧ କରାଯାଏ ।

ଅନ୍ୟମାନଙ୍କୁ ଜଣାନ୍ତୁ।