You are currently viewing ଘରେ ଏହି ଜୀବକୁ ଦେଖିବା ହୋଇଥାଏ ଶୁଭ, ହୁଏ ଅପାର ଧନ ପ୍ରାପ୍ତ

ଘରେ ଏହି ଜୀବକୁ ଦେଖିବା ହୋଇଥାଏ ଶୁଭ, ହୁଏ ଅପାର ଧନ ପ୍ରାପ୍ତ

କିଛି ପ୍ରାଣୀ ଅଛନ୍ତି ଯାହାର ନାମ ନେବା ମାତ୍ରେକେ  ଲୋକଙ୍କୁ ଭୟଭୀତ କରିଥାଏ ।  ଯେଉଁଠାରେ ପ୍ରତ୍ୟେକ ଜୀବଙ୍କର ପ୍ରକୃତିର ନିଜସ୍ୱ ଗୁରୁତ୍ୱ ରହିଛି ।ଅନ୍ୟପକ୍ଷରେ, କେତେକ ଜୀବ ଅଛନ୍ତି ଯାହାକୁ   ଧାର୍ମିକ ଶାସ୍ତ୍ର, ଜ୍ୟୋତିଷ ଶାସ୍ତ୍ରରେ ଅତ୍ୟନ୍ତ ଶୁଭ ବୋଲି ବିଶ୍ୱାସ କରାଯାଏ ।ଏମାନଙ୍କ ମଧ୍ୟରୁ କେତେକଙ୍କୁ  ପୂଜା ମଧ୍ୟ କରାଯାଏ ।ଉଦାହରଣ ସ୍ୱରୂପ, ସନାତନ ଧର୍ମରେ ଗାଈକୁ  ମାଆର ଦରଜା  ଦିଆଯିବା ସହ  ପବିତ୍ର ବୋଲି ବିବେଚନା କରାଯାଏ। ଏହି ଜୀବଙ୍କୁ ପୁଜା କରିବା ,ଯତ୍ନ ନେବା, ଖାଦ୍ୟ ଦେବା ଦ୍ୱାରା ଅନେକ ପୂର୍ଣ୍ଣ୍ୟ ମିଳିଥାଏ ଏବଂ ଜୀବନରେ ସୁଖ ଏବଂ ସମୃଦ୍ଧତା ମଧ୍ୟ ଆଣିଥାନ୍ତି । ଏହିପରି ଶୁଭ ପ୍ରାଣୀମାନଙ୍କ ମଧ୍ୟରେ ଝିଟିପିଟି ନାମ ମଧ୍ୟ ଅନ୍ତର୍ଭୁକ୍ତ । ବାସ୍ତବରେ, ଅଧିକାଂଶ ଲୋକ ଝିଟିପିଟି ନାମ ଶୁଣିଲେ ଭୟ କରନ୍ତି କିମ୍ବା ଏହାକୁ ଘୃଣା କରନ୍ତି ।ଯେତେବେଳେ କି ଝିଟିପିଟିକୁ ଧନ ଦୃଷ୍ଟିରୁ ଶୁଭ ବୋଲି ବିବେଚନା କରାଯାଏ । ଏପରିକି   ନୂତନ ଘରର ବାସ୍ତୁ ପୂଜାରେ ସମୟରେ ରୂପା ଝିଟିପିଟିକୁ ପୂଜା କରାଯାଇଥାଏ ।ଘରେ ଝିଟିପିଟି ରହିବା ଦ୍ୱାରା ଅନେକ ଲାଭ ମିଳିଥାଏ ।ଏହା ଘରର ଆର୍ଥିକ ଅବସ୍ଥା ସର୍ବଦା ଭଲ ରଖିଥାଏ ଏବଂ ଘରର ଲୋକଙ୍କ ମଧ୍ୟରେ ପ୍ରେମ ମଧ୍ୟ ରହିଥାଏ ।

ଝିଟିପିଟି ସହିତ ଜଡିତ ଶୁଭ ସଂକେତ:

– ଝିଟିପିଟିକୁ ପୂଜାଘର ଚାରିପାଖରେ ଦେଖିବା ଅତ୍ୟନ୍ତ ଶୁଭ ଅଟେ ।

– ଦୀପାବଳି ରାତିରେ ଯଦି ଝିଟିପିଟି ଦେଖାଯାଏ, ତେବେ ଅନୁମାନ କରନ୍ତୁ ଯେ ମାଆ ଲକ୍ଷ୍ମୀ ଆପଣଙ୍କୁ ବର୍ଷସାରା ଅପାର ଆଶୀର୍ବାଦ କରିବାକୁ ଯାଉଛିନ୍ତି ।

– ଯଦି ନୂଆ ଘରେ ପ୍ରବେଶ କରିବା ସମୟରେ ଝିଟିପିଟି ଦେଖାଯାଏ, ତେବେ ଏହା ବହୁତ ଶୁଭ ଅଟେ।ଏହା ଆପଣଙ୍କ ପିତୃପୁରୁଷଙ୍କ ଆଶୀର୍ବାଦ ପାଇବାର ସଙ୍କେତ ଅଟେ ।

– ଘରେ ସମାନ ସ୍ଥାନରେ ୩ ଟି ଝିଟିପିଟି ଦେଖିବା ମଧ୍ୟ ଶୁଭ ଅଟେ ।

ଅନ୍ୟମାନଙ୍କୁ ଜଣାନ୍ତୁ।