You are currently viewing ଜାଣନ୍ତୁ ବିଶ୍ୱକର୍ମା ପୂଜାର ମହତ୍ତ୍ୱ

ଜାଣନ୍ତୁ ବିଶ୍ୱକର୍ମା ପୂଜାର ମହତ୍ତ୍ୱ

ହିନ୍ଦୁ ଧର୍ମଶାସ୍ତ୍ର ଅନୁସାରେ ଭଗବାନ ବ୍ରହ୍ମା ଯେତେବେଳେ ସୃଷ୍ଟିର ରଚନା କରିଥିଲେ ସେତେବେଳେ ଏହାକୁ ସଜାଡିବାର ଦାୟିତ୍ୱ ବିଶ୍ୱକର୍ମା ନେଇଥିଲେ । ବିଶ୍ୱକର୍ମାଙ୍କୁ ପୃଥିବୀର ବଡ ଏବଂ ପ୍ରଥମ ଇଞ୍ଜିନିୟର ବୋଲି କୁହାଯାଏ । କନ୍ୟା ସଂକ୍ରାନ୍ତି ଦିନ ଭଗବାନ ବିଶ୍ୱକର୍ମାଙ୍କ ଜୟନ୍ତୀ ପାଳନ କରାଯାଇଥାଏ । ଏହିଦିନ ଲୋକେ ନିଜର ବ୍ୟବସାୟୀ ସାମଗ୍ରୀକୁ ପୂଜା କରନ୍ତି । କାରଖାନାରେ ଲାଗିଥିବା ମେଶିନ ଗୁଡିକୁ ମଧ୍ୟ ପୂଜା କରାଯାଏ । ମାନ୍ୟତା ଅଛିକି ଏହିଦିନ ବିଶ୍ୱକର୍ମା ଏବଂ ମେଶିନକୁ ପୂଜା କଲେ ଏହା ଭଲ ଭାବରେ ଚାଲିଥାଏ । ବାରମ୍ବାର ଏହା ଖରାପ ହୋଇନଥାଏ । ଚଳିତ ବର୍ଷ ବିଶ୍ୱକର୍ମା ପୂଜା ଦିନ ଅନେକ ଶୁଭ ସଂଯୋଗ ପଡୁଛି ।

ପଞ୍ଚାଙ୍ଗ ଅନୁସାରେ ବିଶ୍ୱକର୍ମାପୂଜା ଦିନ ୧୭ ସେପ୍ଟେମ୍ବର ସକାଳୁ ରାତି ଯାଏଁ ଶୁଭ ସଂଯୋଗ ରହିବ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହାକୁ ବହୁତ ଶୁଭ ମନାଯାଇଥାଏ । ଶୁଭ ସମୟରେ ପୂଜା କରିବା ଦ୍ୱାରା ଶୁଭ ଫଳ ମିଳିଥାଏ । ବିଶ୍ୱକର୍ମା ପୂଜା ଦିନ ସକାଳୁ ଜଲଦି ସ୍ନାନସାରି ସଫା କପଡା ପିନ୍ଧି କାର୍ଯ୍ୟସ୍ଥଳୀରେ ନୂଆ ଆସନ ପକାଇ ବିଶ୍ୱକର୍ମାଙ୍କ ମୂର୍ତ୍ତିକୁ ସ୍ଥାପନ କରନ୍ତୁ । ଏହାପରେ ତାଙ୍କ ନାମକୁ ଜପ କରିବା ସହ ତାଙ୍କୁ ଫୁଲ,ଫଳ, ଧୂପ ଦେଇ ପୂଜା କରାଯାଏ । ଶେଷରେ କର୍ମଚାରୀମାନଙ୍କୁ ପ୍ରସାଦ ବଣ୍ଟାଯାଏ ।

ଅନ୍ୟମାନଙ୍କୁ ଜଣାନ୍ତୁ।