You are currently viewing ଜାଣନ୍ତୁ ଶିବ ମନ୍ଦିରର ରହସ୍ୟ

ଜାଣନ୍ତୁ ଶିବ ମନ୍ଦିରର ରହସ୍ୟ

ଭାରତରେ ଅନେକ ରହସ୍ୟମୟୀ ମନ୍ଦିର ଅଛି । ଏମିତି ଅନେକ ରହସ୍ୟକୁ ବୈଜ୍ଞାନିକ ମାନେ ମଧ୍ୟ ସମାଧାନ କରିପାରି ନାହାନ୍ତି । ଏହି ମନ୍ଦିର ଉତ୍ତରଖଣ୍ଡର ପଥରାଗାଢରେ ଅବସ୍ଥିତ । ଏଡି ମନ୍ଦିରର ଗୁମ୍ପାରେ ପୃଥିବୀ ଧ୍ୱସଂ ହେବାର ରହସ୍ୟ ଲୁଚିଛି । କିନ୍ତୁ ଏହାର ସତ୍ୟତା କ’ଣ ସେ ବିଷୟରେ କେହି ଜାଣି ନାହାନ୍ତି । ଏହି ରହସ୍ୟମୟୀ ଗୁମ୍ପାର ନାମ ପାତାଲ ଭୁବନେଶ୍ୱର ଗୁମ୍ପା । ଏହି ଗୁମ୍ପା ବିଷୟରେ ହିନ୍ଦୁ ପୁରାଣରେ ମଧ୍ୟ ଲେଖାଅଛି । ଏହି ଗୁମ୍ପା ବହୁତ ରହସ୍ୟମୟୀ ବୋଲି ମଧ୍ୟ କଥା ଅଛି । ମନ୍ଦିରଯାଏଁ ପହଞ୍ଚିବାକୁ ବହୁତ ପତୂଳା ରାସ୍ତା ମଧ୍ୟ ତିଆରି ହୋଇଛି । ତେବେ ଆସନ୍ତୁ ଜାଣିବା ପାତାଳ ଭୁବନେଶ୍ୱର ଗୁମ୍ଫାର ରହସ୍ୟ ବିଷୟରେ । ଏହି ଗୁମ୍ପା ସମୁଦ୍ର ତଳଠାରୁ ୯୦ ପୁଟର ଗଭୀର ଅଟେ । ଏହି ମନ୍ଦିରରେ ଅନେକ କାରୁକାର୍ଯ୍ୟମାନ ହୋଇଛି ।

ଏଠାରେ ନାଗରାଜାଙ୍କର କଳାକୃତିକୁ ମଧ୍ୟ ଦେଖିବାକୁ ମିଳେ । କୁହାଯାଏ ନାଗରାଜା ଅଧିଶେଷ ଦୁନିଆର ଭାରକୁ ନିଜ ମୁଣ୍ଡ ୁପରେ ସମ୍ଭାଳିଛନ୍ତି । ପୁରାଣ ଅନୁସାରେ ଏହି ମନ୍ଦିରରେ ୪ଟି ଦ୍ୱାର ଅଛି । ଯେପରିକି ରଣଦ୍ୱାର, ପାପଦ୍ୱାର, ଧର୍ମଦ୍ୱାର ଏବଂ ମୋକ୍ଷ ଦ୍ୱାର । ପୁରାଣ କଥା ଅନୁସାରେ ଏହି ଗୁମ୍ପାରେ ଭଗବାନ ଶିବ ରୁହନ୍ତି । ଏବଂ ଅନ୍ୟ ଦେବାଦେବୀ ମଧ୍ୟ ଏଠାକୁ ଭଗବାନଙ୍କ ପୂଜା କରିବାକୁ ଆସନ୍ତି । ପୁରାଣ ଅନୁସାରେ ଏହି ମନ୍ଦିରର ସନ୍ଧାନ ସୂର୍ଯ୍ୟବଂଶୀର ରାଜା ଶତ୍ରୁପର୍ଣ୍ଣ କରିଥିଲେ । ମାନ୍ୟତା ଅଛିକି ନାଗରାଜ ଅଧିଶେଷ ଏହି ଗୁମ୍ପା ଭିତରକୁ ରାଜା ଶତ୍ରୁପୂର୍ଣ୍ଣକୁ ନେଇକିଯାଇଥିଲେ । ଏହାପରେ ଭଗବାନ ଶିବ ଏବଂ ଅନ୍ୟ ଦେବତାଙ୍କୁ ଦର୍ଶନ କରିଥିଲେ । ଏହାପରେ ପାଣ୍ଠବ ମାନେ ମଧ୍ୟ ଏଠାରେ ଭଗବାନ ଶଙ୍କରଙ୍କୁ ପୂଜା କରନ୍ତି ।

ଅନ୍ୟମାନଙ୍କୁ ଜଣାନ୍ତୁ।