You are currently viewing ଜାଣନ୍ତୁ ସୁନ୍ଦରାକାଣ୍ଡର ମହାତ୍ମ୍ୟ

ଜାଣନ୍ତୁ ସୁନ୍ଦରାକାଣ୍ଡର ମହାତ୍ମ୍ୟ

ହିନ୍ଦୁ ଧର୍ମରେ ସୁନ୍ଦରାକାଣ୍ଡ ପାଠର ବିଶେଷ ମହତ୍ୱ ରହିଛି। ସୁନ୍ଦରାକାଣ୍ଡ ପାଠରେ ଭଗବାନ ହନୁମାନଙ୍କ ବିଷୟରେ ବିସ୍ତାରରେ ଉଲ୍ଲେଖ କରାଯାଇଛି। ତୁଳସୀ ଦାସଙ୍କ ଦ୍ୱାରା ରଚିତ ସୁନ୍ଦରାକାଣ୍ଡ ସବୁଠାରୁ ଅଧିକ ଲୋକପ୍ରିୟ ଏବଂ ମହତ୍ୱପୂର୍ଣ୍ଣ। ମାନ୍ୟତା ଅନୁଯାୟୀ ଯେଉଁ ବ୍ୟକ୍ତି ନିୟମିତ ଅନ୍ତରାଳରେ ଘରେ ସୁନ୍ଦରାକାଣ୍ଡ ପାଠ କରିଥାନ୍ତି ତାଙ୍କୁ ପ୍ରଭୁ ବଜରଙ୍ଗବଲୀଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ। ତେବେ ଆସନ୍ତୁ ଜାଣିବା ସୁନ୍ଦରାକାଣ୍ଡ ପାଠର ମହତ୍ୱ କଣ ରହିଛି ଏବଂ ଏହାର ପୂଜା ବିଧି। ସୁନ୍ଦରାକାଣ୍ଡ ର ପାଠ ମଙ୍ଗଳବାର ଓ ଶନିବାର କରାଯାଇଥାଏ। ଯେଉଁମାନେ ଭକ୍ତିର ସହ ଏହାକୁ ପାଠ କରିଥାନ୍ତି ବିଶ୍ୱାସ ଅନୁଯାୟୀ ପ୍ରଭୁ ହନୁମାନ ସ୍ୱୟଂ ସେଠାରେ ବସି ଶୁଣିଥାନ୍ତି। ଏହାର ପାଠ ଆପଣ ଏକା କିମ୍ବା ମିଳିତ ଭାବେ କରିପାରିବେ। ଏହାଦ୍ୱାରା ଜୀବନର ସବୁ ସମସ୍ୟା ତଥା ବାଧା ଦୂର ହୋଇଥାଏ। ଏହାକୁ ବ୍ରାହ୍ମ ମୂହୁର୍ତ୍ତ ୪ ରୁ ୬ ମଧ୍ୟରେ କରିବା ଉଚିତ। ଯଦି ମିଳିତ ଭାବେ କରିବାକୁ ଚାହୁଁଛନ୍ତି ତେବେ ସନ୍ଧ୍ୟା ୭ ପରେ କରିପାରିବେ। ଏହାକୁ ଆପଣ ଅନ୍ୟଦିନ ମାନେ ପୂର୍ଣ୍ଣିମା ଓ ଅମାବାସ୍ୟାରେ କରିପାରିବେ।

ମନେ ରଖିବେ ସୁନ୍ଦରାକାଣ୍ଡ ପାଠ କରିବା ସମୟରେ ଏହାର ଉଚ୍ଚାରଣ ସଠିକ ରହିବା ଜରୁରୀ। ସ୍ପଷ୍ଟ ହେବା ଉଚିତ। ଥରକରେ ଏହାକୁ ପଢ଼ି ସାରନ୍ତୁ। ମଝିରେ ଉଠିବାର ଭୁଲ ଆଦୌ କରନ୍ତୁ ନାହିଁ। ସବୁଠୁ ଜରୁରୀ କଥା ହେଉଛି ଗର୍ଭବତୀ ମହିଳା ଏହାକୁ ପାଠ କରିବା ଉଚିତ ନୁହେଁ। ଭଗବାନ ହନୁମାନ ବହୁତ ଜଲଦି ପ୍ରସନ୍ନ ହୋଇଥାନ୍ତି। ବଜରଙ୍ଗବଲୀ ବଳ, ବୁଦ୍ଧି ଏବଂ କୃପା ପ୍ରଦାନ କରିବା ଭଳି ଦେବତା। ସୁନ୍ଦରାକାଣ୍ଡ ପାଠ କରିବା ଦ୍ୱାରା ବ୍ୟକ୍ତିଙ୍କ ଜୀବନରେ ଅନେକ ସକରାତ୍ମକ ପରିବର୍ତ୍ତନ ଦେଖିବାକୁ ମିଳିଥାଏ। ଯେଉଁ ବ୍ୟକ୍ତି ପ୍ରତ୍ୟେକ ଦିନ ସୁନ୍ଦରାକାଣ୍ଡ ପାଠ କରିଥାନ୍ତି ସେହି ବ୍ୟକ୍ତିଙ୍କ ଭିତରେ ଏକାଗ୍ରତା ଏବଂ ଆତ୍ମବିଶ୍ୱାସ ବୃଦ୍ଧି ପାଇଥାଏ। ସୁନ୍ଦରାକାଣ୍ଡ ପାଠ କରିବା ଦ୍ୱାରା ବ୍ୟକ୍ତିଙ୍କ ଭିତରେ ସକାରାତ୍ମକ ଶକ୍ତି ସଂଚାର ହୋଇଥାଏ। ଏହିକାରଣରୁ ଘରେ ସୁନ୍ଦରାକାଣ୍ଡ ପାଠ କରିବା ଦ୍ୱାରା ନକାରାତ୍ମକ ଶକ୍ତି ଦୂର ହୋଇଥାଏ। ଯଦି ଆପଣ ବିଶେଷ ଫଳ ପ୍ରାପ୍ତି ପାଇଁ ସୁନ୍ଦରାକାଣ୍ଡ ପାଠ କରୁଛନ୍ତି ତେବେ ଏହା ମଙ୍ଗଳବାର କିମ୍ବା ଶନିବାର ଦିନ ଆରମ୍ଭ କରନ୍ତୁ। ସୁନ୍ଦରାକାଣ୍ଡ ପାଠ କରିବା ପୂର୍ବରୁ ପୂଜା ସ୍ଥଳରେ ରଖାଯାଇଥିବା ହନୁମାନଙ୍କ ମୂର୍ତ୍ତିର ବିଶେଷ ରୂପେ ପୂଜା କରନ୍ତୁ। ଏଥିସହ ସୀତା-ରାମଙ୍କ ମୂର୍ତ୍ତି ମଧ୍ୟ ହନୁମାନଙ୍କ ମୂର୍ତ୍ତି ନିକଟରେ ରଖନ୍ତୁ। ହନୁମାନଙ୍କ ଦପୂଜା ଫଳ, ଫୁଲ, ମିଠା ଏବଂ ସିନ୍ଦୂରରେ କରନ୍ତୁ।

ଅନ୍ୟମାନଙ୍କୁ ଜଣାନ୍ତୁ।