You are currently viewing ବଞ୍ଚିଛି ମଣିଷ ପଣିଆ !

ବଞ୍ଚିଛି ମଣିଷ ପଣିଆ !

ନିଜ ଜୀବନକୁ ବାଜି ଲଗାଇ ପକ୍ଷୀର ଜୀବନ ବଞ୍ଚାଇଲେ ଟ୍ରାଫିକ କର୍ମଚାରୀ, ଭାଇରାଲ ହେଉଛି ଭିଡ଼ିଓ

ସୋସିଆଲ ମିଡ଼ିଆରେ ସବୁଦିନ କିଛି ନା କିଛି ଭାଇରାଲ ଭିଡ଼ିଓ ଦେଖିବାକୁ ମିଳିଥାଏ। ସେହିଭଳି ବର୍ତ୍ତମାନ ବାଙ୍ଗାଲୋର ର ଜଣେ ଟ୍ରାଫିକ ପୋଲିସ କର୍ମୀଙ୍କ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବାସ୍ତବରେ ଟ୍ରାଫିକ ପୋଲିସ କର୍ମଚାରୀ ଜଣକ ଗୋଟିଏ ପାରା ର ଜୀବନ ବଞ୍ଚାଇବାକୁ ଯାଇ ନିଜ ଜୀବନକୁ ସମସ୍ୟାରେ ପକାଇଛନ୍ତି, ଯାହାର ଦୃଶ୍ୟ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ପ୍ରକୃତରେ ଆଜିକାଲିର ବ୍ୟସ୍ତ ବହୁଳ ଜୀବନ ମଧ୍ୟରେ ଏଭଳି ଲୋକ ଖୁବ କମ ଦେଖିବାକୁ ମିଳିବେ, ଯିଏ କି କଥା କହିପାରୁ ନଥିବା ଏକ ପକ୍ଷୀ ପାଇଁ ନିଜ ଜୀବନକୁ ବାଜି ଲଗାଇଛନ୍ତି। ଏହି କାରଣରୁ ସୋସିଆଲ ମିଡ଼ିଆରେ ଲୋକମାନେ ଟ୍ରାଫିକ ପୋଲିସ କର୍ମଚାରୀଙ୍କ ପ୍ରଶଂସା କରିବା ସହ ଏବେ ବି ମଣିଷ ପଣିଆ ବଞ୍ଚିଛି ବୋଲି କହିଛନ୍ତି। ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା

ଏହି ୨୭ସେକେଣ୍ଡ ଭିଡ଼ିଓରେ ଜଣେ ଟ୍ରାଫିକ ପୋଲିସ କର୍ମଚାରୀ ଗୋଟିଏ ପାରା ର ଜୀବନ ବଞ୍ଚାଇବାକୁ ଯାଇ କୌଣସି ସୁରକ୍ଷା ଉପକରଣ ନନେଇ ଅନେକ ଫୁଟ ଉଚ୍ଚା ହୋଡିଂ ଉପରେ ଚଢ଼ି ଥିବାର ଦେଖିବାକୁ ମିଳିଛି। ଏହି ଦୃଶ୍ୟ ଆପଣମାନେ ମଧ୍ୟ ସୋସିଆଲ ମିଡ଼ିଆରେ ଦେଖିପାରିବେ। କର୍ମଚାରୀ ଜଣକ ସାବଧାନର ସହ ପାରା ପାଖରେ ପହଞ୍ଚି ସାରିବା ପରେ ପାରା ଗୋଡ଼ରେ ଫସି ଥିବା ସୁତା ଟିକୁ କାଢି ମୁକ୍ତ ଆକାଶରେ ଉଡ଼ାଇ ଦେଇଥିବାର ଦୃଶ୍ୟ ମଧ୍ୟ ଆପଣମାନେ ଦେଖିପାରିବେ। ଟ୍ରାଫିକ କର୍ମଚାରୀଙ୍କ ଏଭଳି ସାହାସ ଏବଂ ମଣିଷ ପଣିଆ ଲୋକମାନଙ୍କ ହୃଦୟ ଜିତିଛି। ଏହି ଭିଡ଼ିଓ ଦେଖିବା ପରେ ଅନେକ ୟୁଜର୍ସ ମଧ୍ୟ କହିଛନ୍ତି, ଏଥିରେ ଟ୍ରାଫିକ କର୍ମଚାରୀଙ୍କ ପାଇଁ ବହୁତ ରିକ୍ସ ଥିଲା କିନ୍ତୁ ସେ ଏସବୁକୁ ଲକ୍ଷ ନକରି ନିରୀହ ପାରା ଟିର ଜୀବନ ବଞ୍ଚାଇଛନ୍ତି। ଏନେଇ ଏଭଳି ଦୃଶ୍ୟ ଦେଖିବା ପରେ ଏବେ ବି ମଣିଷ ପଣିଆ ବଞ୍ଚିଛି ବୋଲି ଅନେକ ୟୁଜର୍ସ କମେଣ୍ଟ କରିଛନ୍ତି।

ଅନ୍ୟମାନଙ୍କୁ ଜଣାନ୍ତୁ।