You are currently viewing ସକାଳୁ ଉଠି କରନ୍ତୁ ନାହିଁ ଏହି କାମ

ସକାଳୁ ଉଠି କରନ୍ତୁ ନାହିଁ ଏହି କାମ

କଥାରେ ଅଛି ଯଦି ସକାଳର ଆରମ୍ଭ ଭଲରେ ହୁଏ ତେବେ ପୁରା ଦିନଟା ଭଲରେ କଟେ । ସେଥିପାଇଁ ସମସ୍ତେ ନିଜ ଦିନର ଆରମ୍ଭଟିକୁ ଭଲ କରିବାକୁ ଚାହାନ୍ତି । କାରଣ ସକାଳର ଆରମ୍ଭ ଯଦି ଖରାପ ହେଲା କି କି ସକାଳୁ କୌଣସି ଅଶୁଭ ଜିନିଷ ଆଖି ସାମ୍ନାକୁ ଚାଲି ଆସିଲା ତେବେ ପୁରା ଦିନଟା କିଛି ଭଲ ଲାଗେନି । । ସେଥିପାଇଁ ନିଜର ପୁରା ଦିନଟିକୁ ଭଲରେ କାଟିବାକୁ ଚାହୁଁଥିଲେ କେବେହେଲେ ସକାଳୁ କରନ୍ତୁ ନାହିଁ ଏହି କାମ ।

ସକାଳୁ ଉଠୁ ଉଠୁ ଆଇନା ଦେଖନ୍ତୁ ନାହିଁ। କିଛି ଲୋକ ସକାଳୁ ଉଠିବା କ୍ଷଣି ଆଇନା ଦେଖି ଥାଆନ୍ତି। କେଶ କୁଣ୍ଡାଇ ଥାଆନ୍ତି। ଯେତେବେଳେ କି, ଏମିତି କରିବା ଆଦୌ ଉଚିତ୍‌ ନୁହେଁ। ଏହାଦ୍ୱାରା ନକାରାତ୍ମକତା ବଢ଼ିଥାଏ। ତେଣୁ ଭଲ ହେବ ଯେ ସକାଳେ ଉଠିଲ ପ୍ରଥମେ ନିଜ ହାତ ପାପୁଲି ଦେଖନ୍ତୁ। ପୁଣି ମୁହଁ, ହାତ ଦେଖିବା ପରେ କେଶ କୁଣ୍ଡାନ୍ତୁ ଏବଂ ଆଇନା ଦେଖନ୍ତୁ।

ସକାଳୁ ଉଠୁ ଉଠୁ ବନ୍ଦ ଘଣ୍ଟା ଦେଖିବା ଆଦୌ ଭଲ ନୁହେଁ। ଏମିତିରେ ଘରେ ବନ୍ଦ ଘଣ୍ଟା ରଖିଲେ ବି ଭୟଙ୍କର ବାସ୍ତୁ ଦୋଷ ସୃଷ୍ଟି ହୋଇଥାଏ। ତେଣୁ ଏପରି ପରିସ୍ଥିତି ଉପୁଜିବାକୁ ଦିଅନ୍ତୁ ନାହିଁ। ଯଦି ଘରେ ହଠାତ୍ ଘଣ୍ଟା ବନ୍ଦ ହୋଇଯାଏ, ତା’ ହେଲେ ତାହାକୁ ଓଲଟା କରି ରଖି ଦିଅନ୍ତୁ।

ଆପଣ ସକାଳୁ ଉଠିବା ମାତ୍ରେ ଅଇଁଠା ବାସନକୁସନ ଉପରେ ନଜର ପଡ଼ିବା ଅତ୍ୟନ୍ତ ଖରାପ ହୋଇଥାଏ। ଏଥିପାଇଁ ରାତିରେ ସବୁବେଳେ ରୋଷେଇ ଘର ସଫା କରି ଶୁଅନ୍ତୁ। ମଇଳା ବାସନକୁସନ ଦେଖିବା ଦ୍ୱାରା ନକାରାତ୍ମକ ଶକ୍ତି ସଞ୍ଚାର ହୋଇଥାଏ ଏବଂ ପୂରା ଦିନଟି ବେକାର ଯାଇଥାଏ।

ଘରେ ହିଂସ୍ର ପଶୁମାନଙ୍କ ଫଟୋ କିମ୍ବା ମୂର୍ତ୍ତି ରଖିବା ଉଚିତ୍ ନୁହେଁ। ବାସ୍ତୁ ଶାସ୍ତ୍ର ଅନୁସାରେ, ହିଂସ୍ର ପଶୁମାନଙ୍କ ଫଟୋ ଘରେ ଅଶାନ୍ତି ଏବଂ କଳହ ସୃଷ୍ଟି କରିଥାଏ। ଏଥିସହ ସକାଳୁ ସକାଳୁ ଏହି ଜିନିଷଗୁଡ଼ିକୁ ଦେଖିଲେ ମଧ୍ୟ ପୂରା ଦିନ ଖରାପ ହୋଇପାରେ।

ସକାଳୁ ଉଠିବା ମାତ୍ରେ ଡଷ୍ଟବିନ କିମ୍ବା ଅଳିଆ ଗଦା ଦେଖିବା ଆଦୌ ଭଲ ନୁହେଁ। ତେଣୁ ସକାଳୁ ପ୍ରଥମେ ନିଜ ହାତ ପାପୁଲି ଦ୍ୱୟକୁ ଦର୍ଶନ କରନ୍ତୁ। ପୁଣି ମୁହଁ, ହାତ ଧୁଅନ୍ତୁ ଏବଂ ଏହାପରେ ନିଜର ଦୈନନ୍ଦିନ କାମ କରନ୍ତୁ।

ଅନ୍ୟମାନଙ୍କୁ ଜଣାନ୍ତୁ।