You are currently viewing ଅଜବ ଗାଁ: ଏଠାରେ ଝିଅମାନେ ବଡ ହେବା ପରେ ହୋଇଯାନ୍ତି ପୁଅ, ଜାଣନ୍ତୁ କାହିଁକି

ଅଜବ ଗାଁ: ଏଠାରେ ଝିଅମାନେ ବଡ ହେବା ପରେ ହୋଇଯାନ୍ତି ପୁଅ, ଜାଣନ୍ତୁ କାହିଁକି

ପୁଅ ଜନ୍ମ ହେଉ କିମ୍ବା ଝିଅ ତାହା ଭଗବାନଙ୍କ ଦାନ। ସେହିଭଳି ଜନ୍ମ ହେବା ପୂର୍ବରୁ ପ୍ରତ୍ୟେକ ମନୁଷ୍ୟର ଲିଙ୍ଗ ସ୍ଥିର ହୋଇଯାଇଥାଏ କିନ୍ତୁ ଆଜିକାଲି ବିଜ୍ଞାନ ଏତେ ଫାଷ୍ଟ ଯାହାଦ୍ୱାରା ମଣିଷ ସର୍ଜରି କରି ନିଜର ଲିଙ୍ଗ ମଧ୍ୟ ପରିବର୍ତ୍ତନ କରିପାରୁଛି। କିନ୍ତୁ ଆପଣ ଜାଣିଛନ୍ତି କି ଏଭଳି ଏକ ଗାଁ ଅଛି ଯେଉଁଠାରେ ଝିଅମାନେ ଆପେ ଆପେ ପୁଅ ହୋଇଯାନ୍ତି। ସେ ପୁଣି ବିନା କୌଣସି ସର୍ଜରୀରେ। ଆଜ୍ଞା ହଁ ଏକଥା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ବିଲକୁଲ ସତ।

ଏହି ଗାଁ ରେ ଝିଅମାନେ ବଡ ହେବା ପରେ ଆପେ ଆପେ ସେମାନଙ୍କର ଲିଙ୍ଗ ପରିବର୍ତ୍ତନ ହୋଇଯାଇଥାଏ। ଯାହାଫଳରେ ଏଠାକାର ଝିଅମାନେ ବଡ ହେବା ପରେ ପୁଅ ହୋଇଯାନ୍ତି। ତେବେ ଆସନ୍ତୁ ଜାଣିବା କେଉଁଠି ସେ ଗାଁ ଏବଂ ଏଠାରେ ଝିଅମାନଙ୍କ ସହ ଏପରି କାହିଁକି ହୋଇଥାଏ।

ଏହି ଗାଁର ନାଁ ହେଉଛି ଲା ସେଲିନାସ, ଯାହା ଡୋମିନିକନ ରିପବ୍ଲିକ ଦେଶରେ ରହିଛି। ଏହି ଗାଁର ଅନେକ ଝିଅମାନଙ୍କୁ ୧୨ବର୍ଷ ହେବା ପରେ ସେମାନେ ଧୀରେ ଧୀରେ ପୁଅ ରୂପରେ ପରିବର୍ତ୍ତନ ହେବାକୁ ଲାଗିଥାନ୍ତି। ଝିଅମାନଙ୍କ ସହ ଏଭଳି  ପରିବର୍ତ୍ତନ କାହିଁକି ହୋଇଥାଏ ଏହାର ରହସ୍ୟ ଆଜି ପର୍ଯ୍ୟନ୍ତ ମଧ୍ୟ ବୈଜ୍ଞାନିକମାନେ ଜାଣିପାରିନାହାନ୍ତି। କିନ୍ତୁ ଝିଅମାନଙ୍କ ସହ ଏଭଳି ହେଉଥିବାରୁ ଲୋକମାନେ ଏହି ଗାଁକୁ ଅଭିଶପ୍ତ ଗାଁ ବୋଲି କହିଥାନ୍ତି।

ଏଭଳି ରାହସ୍ୟକୁ ନେଇ ଏହି ଗାଁରେ ଲୋକମାନେ ଝିଅ ଜନ୍ମ କରିବା ପାଇଁ ଚିନ୍ତାରେ ପଡ଼ିଯାଉଛନ୍ତି। କେବଳ ଏତିକି ନୁହେଁ ଏହି ଗାଁରେ କାହା ଘରେ ଝିଅଟିଏ ଜନ୍ମ ହେଲେ ସେହି ଘରେ ଶୋକର ପରିସ୍ଥିତି ସୃଷ୍ଟି ହୋଇଥାଏ। କାରଣ ମନରେ ଭୟ ଥାଏ ଝିଅଟି ବଡ ହେଲେ ପୁଅ ହୋଇଯିବ। ଏସବୁ କାରଣରୁ ଏବେ ଏହି ଗାଁରେ ଝିଅମାନଙ୍କ ସଂଖ୍ୟା କମ ହେବାରେ ଲାଗିଛି। 

ଏହି ଗାଁ ସମୁଦ୍ର କୂଳରେ ଅବସ୍ଥିତ। ଅଦ୍ଭୁତ ରହସ୍ୟ କାରଣରୁ ଏହି ଗାଁ ବିଶ୍ୱରେ ବିଶେଷଜ୍ଞମାନଙ୍କ ପାଇଁ ଅନୁସନ୍ଧାନର ବିଷୟ ହୋଇଛି। ଅନ୍ୟପଟେ ଏଭଳି ପରିବର୍ତ୍ତନକୁ ନେଇ ଡାକ୍ତରମାନେ କହୁଛନ୍ତି, ଏହା ଆନୁବଂଶିକ ବିକାର। ଏହି ଗାଁରେ ୯୦ ଜଣଙ୍କ ମଧ୍ୟରୁ ଜଣେ ଏଭଳି ରୋଗର ଶିକାର ହୋଇଥାନ୍ତି। ଡାକ୍ତରଙ୍କ କହିବାନୁଯାୟୀ, ଯେଉଁ ଝିଅକୁ ଏହି ରୋଗ ହୋଇଥାଏ ତାଙ୍କର ଏକ ନିର୍ଦ୍ଧିଷ୍ଟ ବୟସ ପରେ ଶରୀରରେ ପୁରୁଷ ଭଳି ଅଙ୍ଗ ହେବାକୁ ଲାଗିଥାଏ। ଏଥିସହ କଣ୍ଠ ସ୍ୱର ମଧ୍ୟ ଭାରି ହୋଇଥାଏ ଏବଂ ଶରୀରରେ ପରିବର୍ତ୍ତନ ହୋଇଥାଏ। ଯାହାଫଳରେ ଝିଅଟିଏ ଧୀରେ ଧୀରେ ପୁଅ ହୋଇଯାଇଥାଏ।

ଅନ୍ୟମାନଙ୍କୁ ଜଣାନ୍ତୁ।