Aparajita

ଘରେ ଧନ ବୃଦ୍ଧି କରେ ଅପରାଜିତା ଗଛ, ଜାଣନ୍ତୁ କିପରି ? 

ବାସ୍ତୁଶାସ୍ତ୍ରରେ ଅନେକ ଗଛ ବିଷୟରେ ଉଲ୍ଲେଖ କରାଯାଇଛି, ଯାହାକୁ ଆପଣ ଘରେ ଲଗାଇବା ଦ୍ବାରା ଘରେ ସକରାତ୍ମକତା ବଢ଼ିବା ସହ ସଫଳତା ମିଳିଥାଏ। ଏହି ଗଛଗୁଡିକ ମଧ୍ୟ ଆମ ଜୀବନରେ ଗଭୀର ପ୍ରଭାବ ପକାଇଥାନ୍ତି । ତେଣୁ ଆଜି ଆମେ ଆପଣଙ୍କୁ ଏପରି ଏକ ଗଛ ବିଷୟରେ କହିବାକୁ ଯାଉଛୁ, ଯାହାକୁ ଲଗାଇବା ଦ୍ବାରା ଆପଣ ସବୁ କ୍ଷେତ୍ରରେ ସଫଳତା ପାଇପାରିବେ ।  ଏହି ଗଛର ନାମ ହେଉଛି ଅପରାଜିତା ଗଛ। ଅପରାଜିତା ଫୁଲ ଦୁଇଟି ରଙ୍ଗର । ଧଳା ଓ ନୀଳ ରଙ୍ଗରେ ଏହି ଫୁଲ ଦେଖିବାକୁ ମିଳିଥାଏ । ବିଶ୍ବାସ କରାଯାଏ ଯେ ଅପରାଜିତା ଗଛର ଲତା ଯେତେ ବଢ଼ି ବଢ଼ି ଯାଏ ପରିବାରରେ ସେତେ ଧନ, ସୁଖ ଏବଂ ସମୃଦ୍ଧତା ବଢ଼େ ।  ତେବେ ଆସନ୍ତୁ ଜାଣିବା ନୀଳ ଏବଂ ଧଳା ଅପରାଜିତାର ଗୁଣ ବିଷୟରେ. . .

aprajita-vastuଧଳା ରଙ୍ଗର ଅପରାଜିତା ଧନଲକ୍ଷ୍ମୀଙ୍କୁ ଆକର୍ଷିତ କରିଥାଏ । ଘରେ ଅପରାଜିତା ଗଛ ଲଗାଇବା ଦ୍ୱାରା ଅସୁବିଧାର ସମ୍ମୁଖୀନ ହେବାର ସମ୍ଭାବନା କମିଯାଏ । ଏହାକୁ ଘରେ ଲଗାଇଲେ ସୁଖ-ଶାନ୍ତି ଦେଖାଯିବା ସହ ଧାନ-ସମ୍ପଦ ବୃଦ୍ଧି ହୋଇଥାଏ ।

ସୌନ୍ଦର୍ଯ୍ୟ ବଢ଼ାଇବା ପାଇଁ ଲୋକମାନେ ନିଜ ବଗିଚାରେ ନୀଳ ରଙ୍ଗର ଅପରାଜିତା ଲଗାଇଥାନ୍ତି । ଏହା ଧନ ଦେବୀ ଲକ୍ଷ୍ମୀଙ୍କୁ ମଧ୍ୟ ଆକର୍ଷିତ କରିଥାଏ । ଏହା ବ୍ୟତୀତ ଘରେ ନୀଳ ଅପରାଜିତା ଲଗାଇବା ଦ୍ୱାରା ପରିବାର ସଦସ୍ୟଙ୍କ ବୁଦ୍ଧି ବଢ଼ିଥାଏ । ବିଶ୍ୱାସ ଅଛି ଯେ, ଯଦି ଏହାର ଫୁଲ ଭଗବାନ ବିଷ୍ଣୁଙ୍କୁ ଅର୍ପଣ କରିବା ଦ୍ୱାରା କୌଣସି କ୍ଷେତ୍ରରେ ପରାଜିତ ହୋଇନଥାଏ । ଏହା ବ୍ୟତୀତ ଶନି ଦେବଙ୍କୁ ନୀଳ ଅପରାଜିତା ଫୁଲ ଅର୍ପଣ କରିବା ଦ୍ବାରା ଶନି ମହାଦଶା କଟିଯାଏ ।  

white aparajitaଏସବୁ ବ୍ୟତୀତ ବାସ୍ତୁ ଅନୁସାରେ ଅପରାଜିତା ଗଛ ଘରର ଉତ୍ତର ଦିଗରେ ଲଗାଇବା ଲାଭଦାୟକ । ଏପରି କରିବା ଦ୍ୱାରା ଶୁଭ ଫଳ ମିଳିବା ସହ ଘରେ ସୁଖ ଲାଗି ରହିଥାଏ । 

ଅନ୍ୟମାନଙ୍କୁ ଜଣାନ୍ତୁ।