You are currently viewing ମହିଳାମାନେ କାହିଁକି ପିନ୍ଧନ୍ତି ପାଉଁଜି

ମହିଳାମାନେ କାହିଁକି ପିନ୍ଧନ୍ତି ପାଉଁଜି

ହିନ୍ଦୁ ଧର୍ମରେ ବିବାହିତ ମହିଳାମାନଙ୍କର ଶୃଙ୍ଗାରର ବିଶେଷ ମହତ୍ତ୍ୱ ରହିଥାଏ । ହିନ୍ଦୁ ଧର୍ମରେ ମହିଳାଙ୍କ ୧୬ ଟି ଶୃଙ୍ଗାର ବିଷୟ ବିଷୟରେ କୁହାଯାଇଛି, ଯାହା ବିବାହ ପରେ ମହିଳାମାନଙ୍କ ଦନ୍ୱାରା କରାଯାଇଥାଏ । ଏଥିରେ ସିନ୍ଦୁର, ଟିକିଲି, ମଙ୍ଗଳସୂତ୍ର, ଚୁଡି, ପାଉଁଜି, ଗୋଡ ମୁଦି ଭଳି ଶୃଙ୍ଗାରକୁ ମହତ୍ତ୍ୱପୂର୍ଣ୍ଣ ବୋଲି କୁହାଯାଏ । ଏହି ଶୃଙ୍ଗାରଗୁଡ଼ିକ ମହିଳାମାନେ ବିବାହିତ ବୋଲି ପ୍ରମାଣିତ କରିଥାଏ । କୁହାଯାଏ କି, ବିବାହିତ ମହିଳାମାନେ ଶୃଙ୍ଗାର କରିବା ଦ୍ୱାରା ସ୍ୱାମୀ ଦୀର୍ଘାୟୁ ହୋଇଥାଏ । ମହିଳାମାନଙ୍କର ଅନେକ ପ୍ରକାରର ଶୁଙ୍ଗାର ମଧ୍ୟରେ ଗୋଟିଏ ହେଉଛି ପାଉଁଜି, ଯାହାକୁ ପାଦରେ ପିନ୍ଧାଯାଏ । କିନ୍ତୁ ଆପଣ ଜାଣନ୍ତି କି, ପାଦରେ ପାଉଁଜି ପିନ୍ଧିବାର କେବଳ ଧାର୍ମିକ ନୁହେଁ ବରଂ ବୈଜ୍ଞାନିକ କାରଣ ମଧ୍ୟ ରହିଛି । ଆସନ୍ତୁ ଜାଣିବା ଏହାର ମାନ୍ୟତା, ମହତ୍ତ୍ୱ ଓ ଲାଭ…।

କୁହାଯାଏ କି, ପ୍ରାଚୀନ କାଳରୁ ଭାରତରେ ପାଉଁଜିର ଉତ୍ପନ୍ନ ହୋଇଥିଲା । ପ୍ରାଚୀନ କାଳରେ ପାଦରେ ଓଜନିଆ ଏବଂ ଭାରୀ ରୂପା ପାଉଁଜି ପିନ୍ଧାଯାଉଥିଲା, ଯାହାକି କଡ଼ି ପରି ଥିଲା । ହମ୍ପିଙ୍କ ମୂର୍ତ୍ତିଗୁଡ଼ିକରେ ପାଉଁଜି ଏବଂ ଅନ୍ୟାନ୍ୟ ଅଳଙ୍କାରକୁ ଚିତ୍ରିତ କରାଯାଇଛି । ହିନ୍ଦୁ ଧର୍ମରେ ପାଉଁଜି ବହୁତ ଶୁଭ ବୋଲି ବିବେଚନା କରାଯାଏ । ଅନ୍ୟପଟେ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ରୂପା ଧାତୁରେ ନିର୍ମିତ ପାଉଁଜି ଚନ୍ଦ୍ର ସହିତ ଜଡିତ । ହିନ୍ଦୁ ଧର୍ମରେ ଏକ ବିଶ୍ୱାସ ଅଛି ଯେ, ରୂପା ଉତ୍ପତ୍ତି ହେଉଛି ଭଗବାନ ଶିବଙ୍କ ଉପହାର । ଏହାର ବାସ୍ତୁ ଶାସ୍ତ୍ରରେ ମଧ୍ୟ ପାଉଁଜିକୁ ସକରାତ୍ମକତା ସହିତ ଜଡିତ କରାଯାଇଛି । ଏହି ଅନୁଯାୟୀ ପାଉଁଜିର ଘୁଙ୍ଗୁରୁରୁ ବାହାରୁଥିବା ଶବ୍ଦ ସକରାତ୍ମକ ଶକ୍ତିକୁ ବଢ଼ାଇଥାଏ ।

ପାଉଁଜି ପିନ୍ଧିବାର ବୈଜ୍ଞାନିକ କାରଣ
ବ୍ଲଡ ସର୍କୁଲେସନରେ ରୂପା ସହାୟକ ହୋଇଥାଏ । ଏହି ପରିସ୍ଥିତିରେ ରୂପା ପାଉଁଜି ପିନ୍ଧିବା ଦ୍ୱାରା ପାଦର ଯନ୍ତ୍ରଣା କମିଯାଏ ଏବଂ ହାଡ଼ ମଜବୁତ ହୋଇଥାଏ । ପାଉଁଜି ପିନ୍ଧିବା ଦ୍ୱାରା ପାଦ ଫୁଲି ନଥାଏ ।

ଅନ୍ୟମାନଙ୍କୁ ଜଣାନ୍ତୁ।