You are currently viewing ଟି-୨୦ବିଶ୍ୱକପ ବିଜୟୀ ଭାରତୀୟ ଦଳକୁ ପୁରସ୍କାର : ବିସିସିଆଇ ପକ୍ଷରୁ ୧୨୫କୋଟି ଟଙ୍କା ପ୍ରଦାନ

ଟି-୨୦ବିଶ୍ୱକପ ବିଜୟୀ ଭାରତୀୟ ଦଳକୁ ପୁରସ୍କାର : ବିସିସିଆଇ ପକ୍ଷରୁ ୧୨୫କୋଟି ଟଙ୍କା ପ୍ରଦାନ

ଏଏନଏସ : ଆଇସିସି ଟି-୨୦ବିଶ୍ୱକପ ବିଜୟୀ ଭାରତୀୟ ଦଳକୁ ପୁରସ୍କାର ପ୍ରଦାନ । ଭାରତୀୟ କ୍ରିକେଟ ନିୟନ୍ତ୍ରଣ ବୋର୍ଡ(ବିସିସିଆଇ) ପକ୍ଷରୁ ବିଜୟୀ ଭାରତୀୟ ଦଳକୁ ପୁରଷ୍କାର ରାଶି ପ୍ରଦାନ କରାଯାଇଛି । ଭାରତୀୟ ଦଳକୁ ୧୨୫କୋଟି ଟଙ୍କା ପ୍ରଦାନ କରାଯିବ ବୋଲି ବିସିସିଆଇ ସମ୍ପାଦକ ଜୟ ଶାହ ପ୍ରକାଶ କରିଛନ୍ତି । ବିଶ୍ୱକପର ସମସ୍ତ ମ୍ୟାଚରେ ଭାରତୀୟ ଖେଳାଳି ନିଜର ଦକ୍ଷତା, ପ୍ରତିଭା ଓ ଖେଳଭାବନା ଦେଖାଇ ଏହି ବିଜୟୀ ହାସଲ କରିଥିବାରୁ ଶାହ ସମସ୍ତ ଖେଳାଳିଙ୍କୁ ଅରଭିନନ୍ଦନ ଜଣାଇଛନ୍ତି ।

ଶନିବାର ରାତିରେ ବାର୍ବାଡସର କେନସିଙ୍ଗଟନ ଓଭାଲରେ ଭାରତୀୟ ଦଳ ରୋମାଞ୍ଚକ ଭାବେ ୭ରନରେ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଥିଲା । ୧୧ବର୍ଷ ପରେ ଭାରତ ଏକ ଆଇସିସି ଟ୍ରଫି ଜିତିବାର ଗୌରବ ଅର୍ଜନ କରିଛି । ଶେଷ ଥର ପାଇଁ ୨୦୧୩ରେ ଆଇସିସି ଚମ୍ପିଆନ ଟ୍ରଫି ଜିତିଥିଲା ।

ଅନ୍ୟମାନଙ୍କୁ ଜଣାନ୍ତୁ।