You are currently viewing ଇଂଲଣ୍ଡକୁ ୩୩୭ ରନର ଟାର୍ଗେଟ

ଇଂଲଣ୍ଡକୁ ୩୩୭ ରନର ଟାର୍ଗେଟ

ପୁଣେ, ଭାରତ ଇଂଲଣ୍ଡ ଦ୍ୱିତୀୟ ଦିନିକିଆରେ ଇଂଲଣ୍ଡ ଟସ ଜିତି ଫିଲ୍ଡିଂ କରିବା ପାଇଁ ନିଷ୍ଫତ୍ତି ନେଇଥିଲା । ତେବେ ପ୍ରଥମେ ବ୍ୟାଟିଂ କରି ଏକ ବଡ ସ୍କୋର କରିଛି ଭାରତୀୟ ଦଳ । ୫୦ ଓଭରରେ ୬ ୱିକେଟ ହରାଇ ୩୩୬ ରନ କରିଛି ଭାରତ । କେ.ଏଲ ରାହୁଲ ଏବଂ ରିଷବ ପନ୍ତଙ୍କ ବିସ୍ଫୋରକ ବ୍ୟାଟିଂ ଭାରତକୁ ଏକ ବଡ ସ୍କୋର କରିବାରେ ସାହାର୍ଯ୍ୟ କରିଛି । ଟି-ଟ୍ୱେର୍ଣ୍ଟି ସିରିଜରେ ନିରାଶାଜନକ ବ୍ୟାଟିଂ କରିଥିବା କେଏଲ ରାହୁଲ ଦିନିକିଆ ମ୍ୟାଚରେ ୧୧୪ ବଲରେ ୧୦୮ ରନ କରିଛନ୍ତି । ସେହିପରି ପନ୍ତ ୪୦ ବଲରେ ୭୭ ରନ କରିଛନ୍ତି ଏବଂ ଭାରତୀୟ ଦଳର ଅଧିନାୟକ ୭୯ ବଲରେ ୬୬ ରନ କରିଛନ୍ତି । ତେବେ ଭାରତୀୟ ଦଳର ବ୍ୟାଟିଂ ପରେ ଇଂଲଣ୍ଡ ଦଳର ବ୍ୟାଟିଂ ଜାରି ରହିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।