You are currently viewing ଟି-୨୦ ବିଶ୍ବକପ୍, ପାକିସ୍ତାନକୁ ହରାଇ ଫାଇନାଲରେ ଅଷ୍ଟ୍ରେଲିଆ

ଟି-୨୦ ବିଶ୍ବକପ୍, ପାକିସ୍ତାନକୁ ହରାଇ ଫାଇନାଲରେ ଅଷ୍ଟ୍ରେଲିଆ

  • Post category:କ୍ରୀଡା
  • Reading time:1 mins read

ଦୁବାଇ-୧୨.୧୧.୨୦୨୧, ଟି-୨୦ ବିଶ୍ବକପ୍‌ର ଦ୍ୱିତୀୟ ସେମିଫାନାଲରେ ଜିତିଲା ଅଷ୍ଟ୍ରେଲିଆ । ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଏହି ମ୍ୟାଚ୍ ରେ ପାକିସ୍ତାନ ଠାରୁ ୫ ୱିକେଟ୍‌ରେ ବିଜୟୀ ହୋଇଛି ଅଷ୍ଟ୍ରେଲିଆ । ମ୍ୟାଚରେ ଟସ୍‌ ଜିତି ଅଷ୍ଟ୍ରେଲିଆ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା ।ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୪ଟି ୱିକେଟ୍‌ ହରାଇ ୧୭୬ ରନ୍‌ କରିଥିଲା। ଜବାବରେ ଅଷ୍ଟ୍ରେଲିଆ ବିଜୟ ଲକ୍ଷ୍ୟକୁ ୧୯ ଓଭରରେ ୫ଟି ୱିକେଟ ହରାଇ ବିଜୟ ହାସଲ କରିନେଇଛି । ୧୧ ବର୍ଷ ପରେ ଦ୍ୱିତୀୟ ଦଳ ଭାବେ ଫାଇନାଲରେ ସ୍ଥାନ ପକ୍କା କରିଛି ଅଷ୍ଟ୍ରେଲିଆ ।
ଅଷ୍ଟ୍ରେଲିଆ ଦଳ ପକ୍ଷରୁ ଡେଭିଡ ୱାର୍ନର ୪୯ ରନ, ମିଚେଲ ମାର୍ଶ ୨୮, ସ୍ମିଥ ୫ ରନ କରିଥିଲେ । ସେହିପରି ମାର୍କସ ୪୦, ମାଥ୍ୟୁ ୪୧ ରନ କରିଥିଲେ । ସାଦବ ଖାନ ସର୍ବାଧିକ ୪ ଟି ୱିକେଟ ନେଇଥିଲେ ।ପାକିସ୍ତାନ ଦଳ ପକ୍ଷରୁ ରିଜ୍ଵାନ ୬୭, ବାବର୍ ୩୯, ଫାଖର ୫୫ ରନ କରିଥିଲେ ।
ଏହି ମ୍ୟାଚ୍‌ରେ ମ୍ୟାଥୁ ୱାଡେଙ୍କୁ ମ୍ୟାନ୍‌ ଅଫ୍‌ ଦ ମ୍ୟାଚ୍‌ ପୁରସ୍କାର ମିଳିଛି। ସୂଚନାଯୋଗ୍ୟ ନ୍ୟୁଜିଲାଣ୍ଡ ପ୍ରଥମ ସେମିଫାଇନାଲ‌ ମ୍ୟାଚରେ ଇଂଲଣ୍ଡକୁ ୫ଟି ୱିକେଟ୍‌ରେ ହରାଇ ଫାଇନାଲକୁ ପ୍ରବେଶ କରିଛି। ଯାହାଦ୍ବାରା ନ୍ୟୁଜିଲାଣ୍ଡ ଫାଇନାଲରେ ପ୍ରବେଶ କରିଛି । ଆସନ୍ତା ୧୪ତାରିଖରେ ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟାଇଟଲ ଲଢ଼େଇ ହେବ।

ଅନ୍ୟମାନଙ୍କୁ ଜଣାନ୍ତୁ।