You are currently viewing କ’ଣ ପୁଣି କମବ୍ୟାକ୍ କରିପାରିବ ସିଏସକେ ?

କ’ଣ ପୁଣି କମବ୍ୟାକ୍ କରିପାରିବ ସିଏସକେ ?

  • Post category:କ୍ରୀଡା
  • Reading time:1 mins read

ଆଇପିଏଲ 2020ର 29ତମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ୍ 20 ରନରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରି ବିଜୟ ଲାଭ କରିଛି । ମ୍ୟାଚରେ ଚେନ୍ନାଇ ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିଲା । ଚେନ୍ନାଇ 20 ଓଭରରେ 6 ୱିକେଟ ବ୍ୟୟରେ 167 ରନ କରିଥିବାବେଳେ ସନରାଇଜର୍ସ ହାଇଦ୍ରାବାଦ 20 ଓଭରରେ 8 ୱିକେଟ ବ୍ୟୟରେ 147 ରନ କରିପାରିଥିଲା । ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗସ୍ ଖେଳାଳୀଙ୍କ ମଧ୍ୟରୁ ସେନ ୱାଟସନ 42(38), ଅମ୍ଵାତି ରାୟଡୁ 41(34), ରନ କରିଥିଲେ ଏବଂ ସନରାଇଜର୍ସ ହାଇଦ୍ରାବାଦ ଖେଳାଳୀଙ୍କ ମଧ୍ୟରୁ କେନ୍ ଉଇଲିୟମସନ 57(39) , ଜନି ବେୟାରଷ୍ଟୋ 23(24) ରନ କରିଥିଲେ ।

ରବିନ୍ଦ୍ର ଜାଡେଜା 1/21(3) & 25(10) ପ୍ଲେୟାର ଅଫ ଦ ମ୍ୟାଚ ହୋଇଛନ୍ତି । ଏହି ମ୍ୟାଚର ଶେଷ ସୁଦ୍ଧା ସିଏସକେ ଷଷ୍ଠ ସ୍ଥାନରେ ରହିଥିବାବେଳେ ଏସ୍ଆରଏଚ ପଞ୍ଚମ ସ୍ଥାନରେ ରହିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।