You are currently viewing ଆଇପିଏଲ ଖେଳିବେ ଏଜାଜ ! 

ଆଇପିଏଲ ଖେଳିବେ ଏଜାଜ ! 

  • Post category:କ୍ରୀଡା
  • Reading time:1 mins read

ନୂଆଦିଲ୍ଲୀ-୦୮.୧୨.୨୦୨୧, ଆଇପିଏଲ ଖେଳିବାକୁ ଆଗ୍ରହୀ ନ୍ୟୁଜିଲାଣ୍ଡ ସ୍ପିନର ଏଜାଜ ପଟେଲ। ଯଦି ଆଇପିଏଲ୍‌ ଖେଳିବାର ସୁଯୋଗ ମିଳେ, ତେବେ ନିଶ୍ଚିତ ଖେଳିବି ବୋଲି ସେ କହିଛନ୍ତି । ଏଜାଜ୍‌ ଏ ନେଇ ଗ୍ରୀନ ସିଗନାଲ ଦେଇସାରିଛନ୍ତି। ଆଇପିଲରେ ଦୁଇଟି ନୂଆ ଟିମ୍‌ ୨୦୨୨ରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି।  ଏହି ଦୁଇଟି ଟିମରେ ସେ ଆଗାମୀ ମ୍ୟାଚରେ ଖେଲିପାରନ୍ତି ।

ଏଜାଜ୍‌ ମୁମ୍ବାଇରେ ଜନ୍ମ ଗ୍ରହଣ କରି ସେ ନ୍ୟୁଜିଲାଣ୍ଡ ଚାଲିଯାଇଥିଲେ ଏବଂ ସେଠାରୁ ସେ କ୍ରିକେଟ କ୍ୟାରିୟର ଆରମ୍ଭ କରିଥିଲେ । ତେବେ ନିକଟରେ ଟେଷ୍ଟ କ୍ରିକେଟରେ ଗୋଟେ ଇନିଂସରେ ୧୦ଟି ଯାଜ ଓ୍ଵିକେଟ ନେଇ ଇତିହାସ ସୃଷ୍ଟି କରିଛନ୍ତି ନ୍ୟୁଜିଲାଣ୍ଡ ସ୍ପିନର ଏଜାଜ ପଟେଲ। ଭାରତ ବିପକ୍ଷ ଟେଷ୍ଟ ମ୍ୟାଚରେ ସେ ୧୦ ୱିକେଟ ନେଇଥିଲେ । ଏଜାଜ ଭାରତ ବିପକ୍ଷରେ ଦ୍ଵିତୀୟ ଟେଷ୍ଟରେ ମୋଟ୍ ୧୪ ଓ୍ଵିକେଟ୍ ହାସଲ କରିଥିଲେ। ଏହା ସତ୍ତ୍ଵେ ନ୍ୟୁଜିଲାଣ୍ଡ ଦଳକୁ ଭାରତଠୁ ୩୭୨ ରନର ବିଶାଳ ପରାଜୟର ସମ୍ମୁଖୀନ ହେବାକୁ ପଡିଥଲା।

ଅନ୍ୟମାନଙ୍କୁ ଜଣାନ୍ତୁ।