You are currently viewing ଭାରତ ଆଗରେ ୪୨୦ ରନର ଲକ୍ଷ୍ୟ;  ୧୭୮ରେ ଅଲଆଉଟ ଇଂଲଣ୍ଡ

ଭାରତ ଆଗରେ ୪୨୦ ରନର ଲକ୍ଷ୍ୟ; ୧୭୮ରେ ଅଲଆଉଟ ଇଂଲଣ୍ଡ

  • Post category:କ୍ରୀଡା
  • Reading time:1 mins read

ଚେନ୍ନାଇ, ଚେନ୍ନାଇର ଚିଦମ୍ବରମ୍ ଷ୍ଟାଡିୟମ ଭାରତ-ଇଂଲଣ୍ଡ୍ ମଧ୍ୟରେ ଚାଲିଥିବା ଟେଷ୍ଟ ମ୍ୟାଚର ଚତୁର୍ଥ ଦିନରେ ଭାରତୀୟ କ୍ରିକେଟ୍ ଟିମ୍ ୩୩୭ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା । ତେବେ ମ୍ୟାଚର ପ୍ରଥମ ଇନିଙ୍ଗସରେ ଇଂଲଣ୍ଡ ଟିମ ୨୪୧ ରନରେ ଆଗୁଆ ରହିଛି । ତେବେ ଦ୍ୱିତୀୟ ଇନିଙ୍ଗସର ଆରମ୍ଭରେ ମାତ୍ର ୧୭୮ ରନରେ ଅଲଆଉଟ ହୋଇଯାଇଛି ଇଂଲଣ୍ଡ ଟିମ । ଭାରତ ଆଗରେ ୪୨୦ର ବିଜୟ ଲକ୍ଷ୍ୟ ରହିଛି । ଭାରତୀୟ ଦଳ ପକ୍ଷରୁ ରବିଚନ୍ଦ୍ରନ୍ ଅଶ୍ୱିନ୍ ଚମତ୍କାର ବୋଲିଂ କରି ୬ଟି ୱିକେଟ୍ ନେଇଛନ୍ତି। ତେବେ ବର୍ତ୍ତମାନର ସ୍କୋର – ଇଂଲଣ୍ଡ ୫୭୮ ଓ ୧୭୮ ଏବଂ ଭାରତ- ୩୩୭

ଅନ୍ୟମାନଙ୍କୁ ଜଣାନ୍ତୁ।