You are currently viewing ଆଇପିଏଲ୍ : ବାଙ୍ଗାଲୋରକୁ ହରାଇ ଜିତିଲା ହାଇଦ୍ରାବାଦ

ଆଇପିଏଲ୍ : ବାଙ୍ଗାଲୋରକୁ ହରାଇ ଜିତିଲା ହାଇଦ୍ରାବାଦ

  • Post category:କ୍ରୀଡା
  • Reading time:1 mins read

ଆବୁଧାବୀ-୦୭.୧୦.୨୦୨୧, ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୫୨ତମ ମୁକାବିଲାରେ ଜିତିଲା ସନରାଇଜର୍ସ ହାଇଦ୍ରାବାଦ୍‌ । ରୟାଲ ଚ୍ୟାଲେଞ୍ଜର୍ସକୁ ୪ ରନରେ ପରାସ୍ତ କରିଛି ହାଇଦ୍ରାବାଦ୍‌ । ମ୍ୟାଚରେ ଟସ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା ବାଙ୍ଗାଲୋର । ହାଇଦ୍ରାବାଦ ଟିମ ୨୦ ଓଭରରେ ୭ଟି ୱିକେଟ ହରାଇ ୧୪୧ ରନ୍‌ କରିଥିଲା ।କିନ୍ତୁ ଆରସିବି ନିର୍ଦ୍ଧାରିତ ଓଭରରେ ୬ ୱିକେଟରେ ୧୩୭ ରନ କରି ହାରିଛି । ମ୍ୟାଚରେ ଦେବଦୂତ୍ତ ପଡ଼ିକ୍କଲ ୪୧ ରନ , ଅଧିନାୟକ ବିରାଟ କୋହଲି ୫, ଗ୍ଲେନ ମେକ୍ସୱେଲ ୪୦ରନ କରିଥିଲେ ।

ଆଜି ଆଇପିଏଲ୍ ୨୦୨୧ ପ୍ଲେ ଅଫ୍‌ର ଚତୁର୍ଥ ସ୍ଥାନ ପାଇଁ ନିର୍ଣ୍ଣାୟକ ଦିନ। ଆଜି ମୁହାଁମୁହିଁ ହେବେ କୋଲ୍କାତା ନାଇଟ୍‌ ରାଇଡର୍ସ ଓ ରାଜସ୍ଥାନ ରୟାଲ୍ସ। ପ୍ଲେ ଅଫ୍‌ରେ ନିଜ ସ୍ଥାନ ପକ୍କା କରିବା ପାଇଁ ଆଜି କୋଲକାତା ନାଇଟ୍ ରାଇଡର୍ସ କଡା ମୁକାବିଲା କରିବ । ପ୍ଲେ ଅଫ୍ ଦୌଡରେ ବର୍ତ୍ତମାନ ତିନୋଟି ଟିମ ରହିଛି । କୋଲକାତା ନାଇଟ୍ ରାଇଡର୍ସ, ମୁମ୍ବାଇ ଇଣ୍ଡିଆନ୍ସ ଏବଂ ପଞ୍ଜାବ କିଙ୍ଗ୍ସ ।

ଅନ୍ୟମାନଙ୍କୁ ଜଣାନ୍ତୁ।