You are currently viewing ଏସିଆ କପ୍‌ର ମ୍ୟାଚ୍‌ରେ ହାରିଲା ଭାରତ

ଏସିଆ କପ୍‌ର ମ୍ୟାଚ୍‌ରେ ହାରିଲା ଭାରତ

  • Post category:କ୍ରୀଡା
  • Reading time:1 mins read

ଦୁବାଇ (୭.୯.୨୨) : ୬ ୱିକେଟ୍‌ରେ ଜିତିଛି ଶ୍ରୀଲଙ୍କା । ଭାରତ ଦେଇଥିବା ଟାର୍ଗେଟକୁ ଗୋଟଇଏ ବଲ ବାକିଥାଇ ହାସଲ କରିନେଇଛି ଶ୍ରୀଲଙ୍କା ଟିମ । ପ୍ରଥମେ ବ୍ୟାଟିଙ୍ଗ କରି ଭାରତ ନିର୍ଦ୍ଧାରିତ ଓଭରରେ ୮ ୱିକେଟ ହରାଇ ୧୭୩ ରନ୍ କରିଥିଲା । ରୋହିତ ଶର୍ମା ୪୧ ବଲରୁ ଧୁଆଧାର ୭୨ ରନ୍ କରିଥିଲେ । ସେହି ପରି ସୂର୍ଯ୍ୟକୁମାର ୨୯ ବଲରୁ ୩୪ ରନ୍ କରିଥିଲେ । ସୁପର -୪ ରେ ପ୍ରଥମ ମ୍ୟାଚ ପାକିସ୍ତାନ ଠାରୁ ହାରିବା ପରେ ଭାରତ ପାଇଁ ଏହା ଥିଲା କରବା ମର ପରିସ୍ଥିତି । ତେବେ ଏଥିରେ ଭାରତ ହାରିଯାଇଛି । ଏହା ପରବର୍ତ୍ତୀ ମ୍ୟାଚ୍‌ରେ ଭାରତ ଆଫଗାନୀସ୍ଥାନ କୁ ଭେଟିବ । ଭାରତ ଶ୍ରୀଲଙ୍କା ସମ୍ମୁଖରେ ୧୭୪ ରନର ବିଜୟ ଲକ୍ଷ ଦେଇଥିଲା । ୧୯ ଓଭରରେ ଭୁବନେଶ୍ୱର କୁମାରଙ୍କ ଓଭର ଟିମ୍ ଇଣ୍ଡିଆ ପାଇଁ ମହଙ୍ଗା ପଡିଲା । ୧୨ ବଲରେ ଜିତିବାକୁ ୨୧ ରନ୍ ଥିବା ବେଳେ ଭୁବନେଶ୍ୱର କୁମାରଙ୍କ ତାଙ୍କ ଓଭରରେ ୧୪ ରନ୍ ଦେଇଥିଲେ ।

ଅନ୍ୟମାନଙ୍କୁ ଜଣାନ୍ତୁ।