You are currently viewing ଆଜି ଟି-୨୦ ବିଶ୍ୱକପରେ ଭାରତ-ଅଷ୍ଟ୍ରେଲିଆ ମୁହାଁମୁହିଁ : ସୁପର-୮ ମୁକାବିଲାରେ ବର୍ଷା ଆଶଙ୍କା ଅଧିକ

ଆଜି ଟି-୨୦ ବିଶ୍ୱକପରେ ଭାରତ-ଅଷ୍ଟ୍ରେଲିଆ ମୁହାଁମୁହିଁ : ସୁପର-୮ ମୁକାବିଲାରେ ବର୍ଷା ଆଶଙ୍କା ଅଧିକ

ଏଏନଏସ: ଟି-୨୦ ବିଶ୍ୱକପରେ ଆଜି ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ । ଭାରତ ଟି-୨୦ ବିଶ୍ୱକପର ଅନ୍ତିମ ସୁପର-୮ ମ୍ୟାଚରେ ଅଷ୍ଟ୍ରେଲିଆକୁ ଭେଟିବାକୁ ଯାଉଛି। ସୁପର-୮ ପର୍ଯ୍ୟାୟରେ ଉଭୟ ଦଳ ପାଇଁ ଏହା ହେଉଛି ଅନ୍ତିମ ମ୍ୟାଚ। ଟୁର୍ଣ୍ଣାମେଣ୍ଟରେ ଭାରତ ଏପର୍ଯ୍ୟନ୍ତ ଅପରାଜିତ ଥିବା ବେଳେ ଏବେ ଆଫଗାନିସ୍ତାନକୁ ହରାଇବା ପରେ ଅଷ୍ଟ୍ରେଲିଆ ଟିକେ ଅସୁବିଧାରେ ପଡିଛି। ୮ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ଭାରତ ଏବଂ ଅଷ୍ଟ୍ରେଲିଆ ଟି-୨୦ ବିଶ୍ୱକପରେ ଭେଟିବେ।

ତେବେ ଆଜି ମ୍ୟାଚରେ ହାଲୁକା ବର୍ଷା ହେବାର ଆଶା କରାଯାଉଛି । ଯାହା ଖେଳ ଉପରେ ପ୍ରଭାବ ପକାଇପାରେ । ଏଥିସହ ବର୍ଷା କାରଣରୁ ଅଷ୍ଟ୍ରେଲିଆର ଚିନ୍ତା ବଢିବାରେ ଲାଗିଛି ।

ଅନ୍ୟମାନଙ୍କୁ ଜଣାନ୍ତୁ।